ଝୁଲେନପୋଲ ଭାଙ୍ଗିଯିବା ସପ୍ତାହ ବିତିଯାଇଥିଲେ ମଧ୍ୟ ଲୋକଙ୍କ ଯାତାୟାତ ବ୍ୟବସ୍ଥା ହୋଇପାରିନାହିଁ

0 13

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦରମହକୂମା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ ଖର୍ଲା ନଦୀ ଊପରେ ରହିଥିବା ୧୫୦ବର୍ଷ ପୁରୁଣା ଝୁଲେନପୋଲ ଟି ଗତ ୯ତାରିଖ ଦିନରାତ୍ରୀ ରେ ଏକ ଟ୍ରଲର ଦୁର୍ଘଟଣା ରେ ଏହା ଭାଙ୍ଗି ଟ୍ରଲର ସହିତ ନଦୀ ଗର୍ଭରେ ପଡିଯାଇଛି। ଏହି ମଧ୍ୟରେ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଲୋକଙ୍କ ଯାତାୟାତ ବ୍ୟବସ୍ଥା ହୋଇପାରିନାହିଁ। ବଡ ଗାଡି ମାଲବୋଝେଇ।ଗାଡି ଗୁଡିକୁ କୋଲାବିରା ତିଲେଇବଣି ରୁ ଅନ୍ୟ ରାସ୍ତା ରେ ଡାଇଭର୍ଟ କରାଯାଇଥିବା ସମୟରେ ଯାତ୍ରୀ ବାହୀ ବସ ଛୋଟ ଗାଡି ଅସଂପୂର୍ଣ୍ଣ ବାଇପାସ ସେତୁଦେଇ ଯା ଆସକରୁଛି।ଗତ ଦୁଇଦିନ ହେବ କୁଚିଣ୍ଡା ଅଞ୍ଚଳରେ ଲଗାଣ ବର୍ଷା ରେ ବାଇପାସ ରେ ନିର୍ମାଣ ହୋଇଥିବା ମାଟି ରାସ୍ତା ଅବସ୍ଥା ଅତି ଖରାପ ହୋଇଛି।ରାସ୍ତା ରେ ଗଲାସମୟରେ ଗାଡିଗୁଡିକ କିଦୁଅରେ ପହଁରୁଥିଵା ଚାଲକ ମାନେ କୁହନ୍ତି।ନୂତନ ଭାବରେ ନିର୍ମାଣ ହୋଇଥିବା ସେତୁ ଉପର କୋଟ ତିଆରି ହୋଇନଥିବା ଯୋଗୁଁ ବ୍ରିଜ ଉପରେ ୧ଫୁଟ ପାଣି ଭର୍ତ୍ତି ହୋଇରହିଛି। ବାଇପାସ ରାସ୍ତା ଜମି ବିବାଦ ନେଇ ନିର୍ମାଣ ହୋଇନଥିବା କିଛି ଅଂଶ ସାମୟିକ ମାଟି ମୋରମ ଦେଇ ପେକିଂ କରିଥିବା ରାସ୍ତା ରେ ପାଣିଜମି ଯାତାୟତ ଅସୁବିଧା ହେଉଛି।ସେହିପରି ଜିଲ୍ଲା ସଦରମହକୂମା ସମ୍ବଲପୁର କୁ ସଂଯୋଗ କରୁଥିବା ସାତକମା ବ୍ରିଜ ଶଠାରୁ ସାତକମା ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ରାସ୍ତା ବର୍ଷା ପରେ ଆହୁରି ଖରାପ ହୋଇଯାଇଛି।ପ୍ରଶାସନ ପକ୍ଷରୁ ଆଗାମୀ ଛଅମାସ ମଧ୍ୟରେ ଝୁଲେନ ବ୍ରିଜ କୁ ନିର୍ମାଣ କରିବା ପାଇଁ କୁଚିଣ୍ଡା ବାସିନ୍ଦା ଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏକ ସପ୍ତାହ ହୋଇସାରିଥିଲେ ମଧ୍ୟ ନଦୀ ଭିତରେ ପଡିଥିବା ଟ୍ରକ ଟି ଏପର୍ଯ୍ୟନ୍ତ ବାହାର କରାଯାଇପାରିନାହିଁ ସେ ସମୟରେ ବ୍ରିଜ ନିର୍ମାଣ ବିଳମ୍ବ ହେବା ସନ୍ଦେହ ହୋଇ ସହରରେ ଅସନ୍ତୋଷ ବୃଦ୍ଧି ଘଟୁଛି।ବ୍ରିଜ ଭାଙ୍ଗିଯିବା ଯୋଗୁଁ କୁଚିଣ୍ଡା ସହରର ମୂଖ୍ୟ ରାସ୍ତା ପଞ୍ଚମୁଖୀ ଛକ ରୁ ସମଲେଇ ମନ୍ଦିର ଏପରିକି ହସପିଟାଲ ପଛପାଖ ବାଇପାସ ରାସ୍ତା ସମସ୍ତ ବ୍ୟବସାୟ ସଂପୂର୍ଣ୍ଣ ଢ଼ପ ହୋଇଛି।ଏଣୁ ବ୍ରିଜ କୁ ନେଇ ସହରରେ ଜନ ଆନ୍ଦୋଳନ ପୂର୍ବରୁ ପ୍ରଶାସନ ଏନଏଚଆଇ ଏହାର ନିର୍ମାଣ ପାଇଁ ପଦକ୍ଷେପନେବା ଆବଶ୍ୟକତା ରହିଛି।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.