ଟ୍ରାକ୍ଟର ଓଲଟି ୨ ମୃତ

0 5

ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରୋଇଡ଼ା ସ୍ଥିତ ଆଇ. ଡି. ସି ଖଣିରେ ଏକ ଟ୍ରାକ୍ଟର ଓଲଟି ଯିବା ଫଳରେ ଦୁଇ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି l ଘଟଣା ରୁ ଜଣା ପଡିଛି ଯେ ରୋଇଡ଼ା ଗ୍ରାମବାସୀ ଙ୍କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ମା ଜନନୀ ସେବା ଟ୍ରଷ୍ଟ ପକ୍ଷରୁ ପାଣି ଟାଙ୍କି ସହିତ ଟ୍ରାକ୍ଟର ଯୋଗାଇ ଦିଆଯାଇଛି l ତେବେ ଏହି ଟ୍ରାକ୍ଟର ଟି ଗ୍ରାମବାସୀଙ୍କ କାମ ରେ ନ ଲାଗି ଏକ ଖଣି ଠିକା ସଂସ୍ଥା ପାଖରେ ନିୟୋଜିତ ଥିଲା l ମାତ୍ର ଉକ୍ତ ଟ୍ରାକ୍ଟର ଟି ଶୁକ୍ରବାର ସାଢେ ଆଠ ଘଟିକା ସମୟରେ ପାଣି ନେଇ ଆଇ. ଡି. ସି ଖଣି କୁ ଯାଉଥିବା ବେଳେ ରୋଇଡ଼ା ଗ୍ରାମ ର କେତେକ ଖଣି ଶ୍ରମିକ ଏହା ଉପରେ ଅସୁରକ୍ଷିତ ଭାବେ ବସି ଖଣି କୁ ଯାଉଥିଲେ l

ତେବେ ଖଣି ପରିସର ରେ ଟ୍ରାକ୍ଟର ଟି ଓଲଟି ପଡିବା ଫଳ ଘଟଣା ସ୍ଥଳରେ ଦୁଇ ଜଣ ଙ୍କ ମୃତ୍ୟୁ ଘଟିଛି l ମୃତ ଦୁଇ ଜଣ ହେଲେ କୋହ୍ଲ ରୋଇଡ଼ା ଗ୍ରାମ ର ସମରା କରୁଆ ଓ ଦମୟନ୍ତୀ ଓରାମ l ଦୁର୍ଘଟଣା ପରେ ଖଣି ପରିସର ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ଜଣା ପଡିଛି l

ଇପିଏ ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.