ଠାକୁରମୁଣ୍ଡା ବ୍ଲକ ରେ ସ୍ମାର୍ଟ କାର୍ଡ ବଣ୍ଟନ ମେଳା ଶେଷ

0 4

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମ ରେ ସ୍ମାର୍ଟ କାର୍ଡ ବଣ୍ଟନ ମେଳା ବୁଧବାର ଦିନ ସନ୍ଧ୍ୟା ସାତଟାରେ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ରେ ଶେଷ ହୋଇଯାଇଛି। ଏଠାରେ ଗ୍ରାମର ଶତାଧିକ ମହିଳାମାନଙ୍କ ସହିତ ସାଂସଦ ଝୁମର ର ତାଳେତାଳେ ମଞ୍ଚ ତଳକୁ ଆସି ନାଚଗୀତ ରେ ମସଗୁଲ ହୋଇ ଯାଇଥିଲେ। ପ୍ରଶାସନ ପକ୍ଷରୁ ଗତ ୨୨ ତାରିଖ ଠାରୁ ବଣ୍ଟନ ମେଳା ଠାକୁରମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ୫ ଦିନ ଧରି ବିଭିନ୍ନ ଗ୍ରାମପଞ୍ଚାୟତ ଗୁଡିକରେ ମେଳା ମାଧ୍ୟମରେ ବଣ୍ଟନ କରାଯାଇଥିଲ।ବ୍ଲକ ର ମୋଟ ୧୮ ଗୋଟି ଗ୍ରାମପଞ୍ଚାୟତ ରେ ସ୍ମାର୍ଟ କାର୍ଡ

ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା।ବୁଧବାର ବଣ୍ଟନ ମେଳା ର ଶେଷ ଦିନରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ତାଳପଦା, ହାଣ୍ଡିଫୁଟା, ମହୁଲଡିହା, ଖଣ୍ଡବନ୍ଧ ଠାରେ ବଣ୍ଟନ ମେଳା ର ଆୟୋଜିତ ହୋଇଥିଲା। ଅଠର ଗୋଟି ଗ୍ରାମପଞ୍ଚାୟତ ରେ ପାଲା ମାଧ୍ୟମରେ ଧିରେନ କୁମାର ପଲେଇ ଓ ତାଙ୍କ ସାଥି କାର୍ଡର ମହତ୍ତ୍ଵ ଓ ଆବଶ୍ୟକତା ବିଷୟରେ ପରିବେଷଣ କରିଥିଲେ। ଏ ସମସ୍ତ ମେଳାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଡ ବଣ୍ଟନ କରିଥିଲେ।ଏଥିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଉପଦେଷ୍ଟା କୃତିବାସ ପତ୍ର,ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ତହସିଲଦାର ଜୟକୃଷ ପତ୍ର,,ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ଏପିଓ ଧ୍ୟାନ ଚରଣ ମହାନ୍ତ,ବିଧାୟକ ପ୍ରତିନିଧି ନନ୍ଦକିଶୋର ବାରିକ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଲୋକ ମାନଙ୍କୁ କାର୍ଡ ବଣ୍ଟନ କରି ଥିଲେ। ଧାତିକିଡିହା ଓ ସାଳଚୁଆ ଗ୍ରାମ ପଞ୍ଚାୟତରେ ଉପଜିଲ୍ଲାପାଳ ରଜନିକାନ୍ତ ବିଶ୍ୱାଳ ଯୋଗଦେଇ ବ୍ୟବସ୍ଥା ର ଅନୁଧ୍ୟାନ କରିଥିଲେ। ସରକାର ଙ୍କ ଘୋଷଣା ଅନୁଯାୟୀ ଏହି କାର୍ଡ ମାଧ୍ୟମରେ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଖର୍ଚ୍ଚ ୫ ଲକ୍ଷ ଟଙ୍କା ରୁ ୧୦ ଲକ୍ଷ ଟଙ୍କା ର ସହାୟତା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଦେଖିବାକୁ ବାକି ରହିଲା ସରକାରଙ୍କ ଯୋଜନାରେ ଲୋକମାନେ କେବେ ଉପକୃତ ହେଉଛନ୍ତି।
ରୁ ଙ୍କ ରିପୋର୍ଟ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.