ଡକାୟତ ଉଦ୍ୟମ କରୁଥିବା ବେଳେ ଡକାୟତ ଓ ପୋଲିସ ଗୁଳି ବିନିମୟ

0 13

ପୋଲିସ ଏନକାଉଣ୍ଟର ରେ ଦୁର୍ଦ୍ଧନ୍ତ ଅପରାଧୀ ବାପି ପାଣି ଗୁରୁତ୍ୱର ଓ ତାର ସହଯୋଗୀ ଓମପ୍ରକାଶ ମହାଳିକ ଥାନା ରେ ଅଟକ l ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚଢ଼େୟା ଅଞ୍ଚଳରେ ଏହି ଦୁଇ ଅପରାଧୀ ଏକ ମଟରସାଇକେଲ ରେ ବନ୍ଧୁକ ଧରି ଡକାୟତ ପାଇଁ ଯାଉଥିବା ବେଳେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଙ୍କ ସମେତ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ l ତେବେ ପୋଲିସ ଏହି ଦୁଇ ଜଣକକୁ ଅଟକାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଦୁଇ ଡକାୟତ ପୋଲିସ କୁ ଦେଖି ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ l ତେଣୁ ପୋଲିସ ବାଧ୍ୟ୍ୟ ହୋଇ ନିଜର ଆତ୍ମାରକ୍ଷା କରିବା ପାଇଁ ପାଲଟା୩ ରାଉଣ୍ଡ ଗୁଳି ଦୁର୍ଦ୍ଧନ୍ତ ଅପରାଧୀ ଉପରକୁ ଚଳାଇଥିଲା. ଫଳରେ ବାପି ପାଣି ଙ୍କ ଦୁଇ ଗୋଡ଼ରେ ୩ ଟି ଗୁଳି ବାଜିଛି l ତେଣୁ ତାଙ୍କୁ ଗୁରୁତ୍ୱର ଭାବେ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରିଛି lତେବେ ତାଙ୍କ ନିକଟରୁ ବନ୍ଧୁକ ଜବତ କରିଛିlତେବେ ଏହି ଆସାମୀ ଙ୍କ ମଧ୍ୟରୁ ମୂଖ୍ୟ ଡକାୟତ ବାପି ପାଣି ଙ୍କ ନାମରେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଥାନାରେ୨୦ ରୁ ଅଧିକ ଅପରାଧିକ ମାମଲା ରହିଛିl ଏପରି କି ଏହି ଅପରାଧୀ ଦୁଇ ଜଣ ଦୁଇ ଦିନ ପୂର୍ବରୁ ଗୁଳି ଚଳାଇ ଟଙ୍କା ଓ ସୁନା ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି. ଅନ୍ୟପକ୍ଷେ ଡକାୟତ ଙ୍କୁ କାବୁ କରିବା ଉଦ୍ୟମ କରୁଥିବା ବେଳେ ଡକାୟତଙ୍କ ଆକ୍ରମଣରେ 5 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି l ତେବେ ଦୁର୍ଦାନ୍ତ ଅପରାଧୀ ବାପି ପାଣି ଘର ଚାନ୍ଦବାଲି ଅଂଚଳ ରେ ହୋଇ ଥିଲା ବେଳେ ତାର ସହଯୋଗୀ ଓମ ପ୍ରକାଶ ମହାଳିକ ଙ୍କ ଘର ବାସୁଦେବ ପୁର ଅଂଚଳ ରେ ବୋଲି ଜଣା ଯାଇଛିl

ପୁରୀ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

ଭଦ୍ରକ ଇପିଏ ରୁଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.