ଡାକ୍ତରଖାନା କର୍ତ୍ତୃପକ୍ଷ ଅଜବ ନୀତି ଗର୍ଭବତୀ ସମୟରେ ଶଯ୍ୟା ଦେଲେ ନାହିଁ

0 12

ସୁବର୍ଣ୍ଣପୁର:ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ । ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ଅବ୍ୟବସ୍ଥାର ତାଲିକା ଏତେ ଲମ୍ବା ଯେ ଲେଖି ଚାଲିଲେ ଦିନ ସରିଯିବ । ଶୁକ୍ରବାର ହୋଇଥିବା ଛୁଆ ଚୋରି ଘଟଣା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଜଳ ଜଳ ହୋଇ ଦିଶୁଛି ।
ଜିଲ୍ଲା ଡାକ୍ତରଖାନାରେ ଅତି ଜରୁରୀ ସମୟରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳା ସନ୍ତୋଷିନୀ ତାଣ୍ଡିଆଙ୍କୁ ମିଳିଲା ନାହିଁ ସାଧାରଣ ଶଯ୍ୟା ଟିଏ । ବାରଣ୍ଡାର ସିମେଣ୍ଟ ଚଟାଣରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ ସନ୍ତୋଷିନୀ । ନବ ଜାତକକୁ ବି ଶଯ୍ୟା ଟିଏ ଯୋଗାଇ ପାରିଲେ ନାହିଁ ଡାକ୍ତରଖାନା କର୍ତ୍ତୃପକ୍ଷ । ତେବେ ଶନିବାର ନିଜ ଶିଶୁ କନ୍ୟା ହଜି ଯିବା ପରେ ମାକୁ କାଚ ଘରେ ଶଯ୍ୟା ଦେଇ ରଖିଛନ୍ତି । ସନ୍ତୋଷିନୀ ନର୍ମାଲ ଡେଲିଭରୀ ହୋଇଛି । ସେ ଅନ୍ୟ ମାନଙ୍କ ସହ କଥାବାର୍ତ୍ତା ହେଲେ ଦୁଃଖ କିଛି ମାତ୍ରାରେ ଲାଘବ ହୁଅନ୍ତା । ତେବେ ଏହା ନକରି ଛାଡୁ ନାହାନ୍ତି ବାହାରକୁ । ଏଯାଏଁ ଶିଶୁକୁ ନିଜ କୋଳରେ ପାଇ ନଥିବା ମାକୁ ରଖିଛନ୍ତି କାଚଘରେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଘାରିଛି ମିଡିଆ ଭୟ । କାଳେ ସନ୍ତୋଷିନୀ ଡାକ୍ତରଖାନାର ଅବ୍ୟବସ୍ଥା ନେଇ ଗଣମାଧ୍ୟମ ଆଗରେ କହିଦେବେ ସେହି ଭୟରେ ତାଙ୍କୁ ବାହାରକୁ ଛାଡୁ ନଥିବା ଚର୍ଚ୍ଚା ହେଉଛି । ସିଡିଏମଓଙ୍କ ଠାରୁ ଅନୁମତି ନ ପାଇବା ଯାଏଁ ଆପଣ ଉକ୍ତ ମହିଳାଙ୍କ ପ୍ରତିକ୍ରିୟା ନେଇ ପାରିବେ ନାହିଁ ବୋଲି କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିଲେ କାଚ କୋଠରୀ ଦାୟିତ୍ବରେ ଥିବା ଦିଦି କହୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏକ ନବ ଜାତ ଶିଶୁକୁ ଡାକ୍ତରଖାନା ବାହାରକୁ ନେଇ ବୁଲାବୁଲି କରାଇବାକୁ କିଏ ଅନୁମତି ଦେଇଥିଲେ । ଯେ ଚାହିଁବ ସୋନପୁର ଡାକ୍ତରଖାନାରୁ ନୂଆ ଜନ୍ମ ହୋଇଥିବା ଶିଶୁକୁ ଡାକ୍ତରଖାନା ବାହାରକୁ ନେଇ ପାରିବ କି ? ନା ଏହା ଚୋର ପଳେଇଲେ ବୁଦ୍ଧି ଦିଶିବା ଭଳି ଘଟଣା । ପ୍ରତାପପୁରଠାରେ ମିଳିଥିବା ଶିଶୁକୁ ତା ମା କୋଳକୁ ଫେରାଇବା ପାଇଁ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ମିଡିଆକୁ ପ୍ରତିକ୍ରିୟା ଦେବା ପାଇଁ ମନା କରୁଛନ୍ତି l କିଛି ରହସ୍ୟ ରହିଛି କି?

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.