ଡାକ୍ତର ରାମକୃଷ୍ଣ ସାହୁ ସମ୍ବର୍ଦ୍ଧିତ
ଗୁରୁବାର ବିଶିଷ୍ଟ ସମାଜସେବୀ,ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା,ନାଟ୍ୟକାର ଡାକ୍ତର ରାମକୃଷ୍ଣ ସାହୁଙ୍କୁ ଗୁରୁବାର ବ୍ରହ୍ମପୁରସ୍ଥ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରରେ ରାଜାଧୀରାଜ ଦେବରାଜ ପାଠାଗାର ସାହିତ୍ୟ ଅନୁଷ୍ଠାନ,ବ୍ରହ୍ମପୁର ଦ୍ଵାରା ନାଟ୍ୟରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି। ରାଜାଧିରାଜ ଦେବରାଜ ପାଠାଗାର ସାହିତ୍ୟ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବ ତଥା କବି-ତିଳକ ସ୍ବର୍ଗତ ଦେବରାଜ ତ୍ରିପାଠୀଙ୍କ ସମାରୋହ ଅବସରରେ ନାଟକ ତଥା ଚଳଚ୍ଚିତ୍ର ଓ ଦୂରଦର୍ଶନ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ନାଟ୍ୟରତ୍ନ ସମ୍ମାନରେ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ। ବିଷ୍ଣୁ ପ୍ରସାଦ ତ୍ରିପାଠୀ ଆୟୋଜିତ କରିଥିବାବେଳେ ସୁଶ୍ରୀ ସୁରେଶୀ ତ୍ରିପାଠୀ ସଭାପତିତ୍ବ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର୍ କୃଷ୍ଣଚନ୍ଦ୍ର ଜେନା ମୁଖ୍ୟଅତିଥି,ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁ ମୁଖ୍ୟବକ୍ତା,ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁର ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା ତଥା ସାହିତ୍ୟିକ ସୁଶାନ୍ତ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୁଶ୍ରୀ ନିହାରିକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦିକା ଶ୍ରୀମତୀ ସୁଧାଞଳି ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଶ୍ରୀମତୀ ବନ୍ଦନା ମହାପାତ୍ର କାର୍ଯକ୍ରମଟିକୁ ସହ-ପରିଚାଳନା କରିଥିଲେ ।
ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )