ଡିଆରଡିଓ ଗୁପ୍ତଚରୀରେ ମୁମ୍ବାଇ ଲିଙ୍କ୍ ନେଇ ମିଳିଲା ବଡ଼ ସୁରାକ
ଡିଆରଡିଓ ଗୁପ୍ତଚରୀରେ ମୁମ୍ବାଇ ଲିଙ୍କ୍ ନେଇ ମିଳିଲା ବଡ଼ ସୁରାକ; ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍; ଜଣେ ମହିଳା ସଂପୃକ୍ତ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ; ଅନଲାଇନରେ ଟଙ୍କା ଯାଇଥିବା ମୁମ୍ବାଇର ସଂପୃକ୍ତ ୨ ବ୍ୟକ୍ତି ଚିହ୍ନଟ ହୋଇଥିବା – କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଂଜୀବ ପଣ୍ଡାଙ୍କ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ସାମନାକୁ ଆସିଛି ସାଙ୍ଘାତିକ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ମଧ୍ୟ ରହସ୍ୟମୟୀଙ୍କ ହନିଟ୍ରାପ ବିଷୟରେ ସୂଚନା ମିଳିଥିିଲା । ରାଜସ୍ଥାନ ଯୋଧପୁର ମିଲିଟାରି ଇଞ୍ଜିନିୟରିଂ ସର୍ଭିସର କର୍ମଚାରୀଙ୍କୁ ହନିଟ୍ରାପ କରାଯାଇଥିବା ସୂଚନା ସିଆଇଡିକୁ ମିଳିଛି । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଥିବାର ସୂଚନା ଜଣାପଡିଛି ଥିଲ। ।
ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ ଜାଲରେ ଫସାଯାଇଛି । ତେବେ ଏହି ହନିଟ୍ରାପ ଗତ ୧୫ ତାରିଖରେ କରାଯାଇଥିବା ନେଇ ସିଆଇଡିକୁ ସୂଚନା ମିଳିଥିଲା । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଥିଲେ । ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ନେଇ ରିପୋର୍ଟ ମଧ୍ୟ ହସ୍ତଗତ ହୋଇଥିଲ। । ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ୨୪ ହଜାର ଟଙ୍କା ଟ୍ରାଞ୍ଜାକ୍ସନ କରାଯାଇଛି । । ତେବେ ଅବଶିଷ୍ଟ ୧୪ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଥିବା ଜଣାପଡ଼ିଥିଲ। ।
ସୂଚନାଯୋଗ୍ୟ ଯେ, ୨ ଜଣ ଅଭିଯୁକ୍ତଙ୍କୁ ଉକ୍ତ ରହସ୍ୟମୟୀ ବିବାହ ପ୍ରସ୍ତାବ ଦେଇଥିବା ନେଇ ପୂର୍ବରୁ କ୍ରାଇମବ୍ରାଞ୍ଚ ଖୁଲାସା କରିଥିଲା । ମହିଳା ଜଣଙ୍କ ୭ଟି ଅଲଗା ଅଲଗା ଆକାଉଣ୍ଟ ଖୋଲି ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରକ୍ଷା କରିବା ସହ ଭିନ୍ନ ଭିନ୍ନ ପରିଚୟପତ୍ର ବ୍ୟବହାର କରୁଥିଲେ । ଗତ ମାସରେ ଏହି ମାମଲାରେ ୫ ଜଣଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା ।
ଇପିଏରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ ଇପିଏ ନିଉଜ