ଡିଭୋର୍ସ ନହେବା ଯାଏଁ ମୁଁ ମୋ ସ୍ୱାମୀଙ୍କ ସହ ରହିପାରିବି
ଭୁବନେଶ୍ୱର: ଦୀର୍ଘ ୪ ଦିନ ହେବ ଶ୍ୱଶୂର ଘର ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି ତପସ୍ୱିନୀ । ଏହା ସହିତ ଗଣମାଧ୍ୟମ ସମ୍ମୁଖରେ କିଛି ଅଡ଼ିଓ କ୍ଲିପ୍ ଶେୟାର କରିଛନ୍ତି ତପସ୍ୱିନୀ । ଶ୍ୱଶୂର ଘରେ ରହିବା ପାଇଁ ତପସ୍ୱିନୀ ଜିଦି କରିବା ସହିତ ଏହା ତାଙ୍କର ଅଧିକାର ବୋଲି କହିଛନ୍ତି ତପସ୍ୱିନୀ । ଡିଭୋର୍ସ ନହେବା ପର୍ଯ୍ୟନ୍ତ ସ୍ୱାମୀ ସହିତ ରହିବା ତାଙ୍କର ଅଧିକାର ଏବଂ ତାଙ୍କୁ କେହି ବାହାର କରିପାରିବେ ନାହିଁ ବୋଲି କହିଛନ୍ତି ତପସ୍ୱିନୀ ।
ଏହା ସହିତ ଭାଇରାଲ ରେକର୍ଡିଂରେ ଡାକ୍ତର ସୁମିତ ନିଜ ପିତାଙ୍କୁ ଅନୁରୋଧ କରୁଥିବା ନେଇ କହିଛନ୍ତି ତପସ୍ୱିନୀ । ତପସ୍ୱିନୀ କହିଛନ୍ତି ମୋ ଶ୍ୱଶୁରଙ୍କର ଧନୀ ଝିଅ ଆବଶ୍ୟକ ଥିବାରୁ ମୋତେ ଗ୍ରହଣ କରିବାକୁ ସେ ରାଜି ନାହାନ୍ତି । ସୁମିତ ଅନୁରୋଧ କରୁଥିଲେ ମଧ୍ୟ ଶ୍ୱଶୁର ଏହା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଆଶନ୍ତା ଶନିବାର ଦିନ କୋର୍ଟରେ ଛାଡପତ୍ର ମାମଲାର ଶୁଣାଣି ରହିଥିବାରୁ ତାଙ୍କୁ ମାନ୍ୟବର କୋର୍ଟ ନ୍ୟାୟ ଦେବେ ବୋଲି ଆଶା କରିଛନ୍ତି ତପସ୍ୱିନୀ ।
ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )