ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ସାମୁଦ୍ରିକ ବାତ୍ୟା ‘ଜୋୱାଦ୍‌’

0 7

ନୂଆଦିଲ୍ଲୀ: ଆଣ୍ଡାମାନ ସାଗରର କେନ୍ଦ୍ରାଞ୍ଚଳ ଉପରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଡିସେମ୍ବର ୨ ସୁଦ୍ଧା ତୀବ୍ର ଅବପାତ ପାଲଟିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ତା’ପରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ରତର ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା (ଜୋୱାଦ୍‌) ପାଲଟିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି।
ଉପରୋକ୍ତ ସାମୁଦ୍ରିକ ବାତ୍ୟା ଉତ୍ତରପଶ୍ଚିମ ଦିଗରେ ଗତିଶୀଳ ହୋଇ ଆହୁରି ତୀବ୍ରତର ହେବା ସହ ଡିସେମ୍ବର ୪ ତାରିଖ ସକାଳ ବେଳକୁ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.