ତଦନ୍ତ ପାଇଁ ଗଜପତି ରେ ଏଡୀଜି

0 286

ପୋଲିସ ଟ୍ରକରେ ସାଗୁଆନ କାଠ ଚୋରାଚାଲାଣ ଘଟଣାରେ ବନବିଭାଗ ଦ୍ୱାରା ଓଏସଏପି ୩ୟ ବାଟାଲିୟନର ୪ଜଣ ଯବାନ ଗିରଫ ମାମଲା । ଡ୍ୟାମେଜ କଣ୍ଟ୍ରୋଲ ପାଇଁ ତଦନ୍ତ କରିବାକୁ ଗଜପତି ଜିଲ୍ଲାଗ୍ରସ୍ତରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗଜପତି ଜିଲ୍ଲାରେ ଓଏସଏପି ୩ୟ(ଏସଏସ) ବାଟାଲିୟନ ଯବାନଙ୍କ ଦ୍ୱାରା ପୋଲିସ ଗାଡିରେ ସାଗୁଆନ୍ କାଠ ଚୋରାଚାଲାଣ ମାମଲାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ଆର.ପି.କୋଚେ ଶୁକ୍ରବାର ଅପରାହ୍ନ ସମୟରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତମାସ ୩ତାରିଖ ସକାଳ ସମୟରେ ଗଜପତି ଜିଲ୍ଲା ବନ ବିଭାଗର ଦେବଗିରି ରେଞ୍ଜ ତରଫରୁ ପାରଳାଖେମୁଣ୍ଡି ସହରର ରାମସାଗର ଛକ ଠାରେ ତଲାସୀ ଚାଲିଥିଲା । ସେହି ସମୟରେ ପାରଳାଖେମୁଣ୍ଡି ସହର ଉପଖଣ୍ଡରେ ଥିବା ରିଜର୍ଭ ପୋଲିସ କଲୋନୀ ପରିସରରୁ ଭୂବନେଶ୍ୱର ସର୍ଭିସିଂ ପାଇଁ ଯାଉଥିବା ବିଭାଗୀୟ ଗାଡି ନଂ- ଓଡି ୦୫ଏକେ-୫୭୩୩ ଟ୍ରକକୁ ବନବିଭାଗ କର୍ମଚାରୀ ମାନେ ତଲାସୀ କରିଥିଲେ । ସେଥିରୁ ମୂଲ୍ୟବାନ ସାଗୁଆନ କାଠ ଥିବାର ସେମାନେ ଦେଖିଥିଲେ । ତୁରନ୍ତ ପୋଲିସ ୩୩.୮୮କ୍ୟୁଏଫଟି କାଠ ସହ ଟ୍ରକକୁ ଜବତ କରିବା ସହ ଉକ୍ତ ଗାଡିର ଡ୍ରାଇଭର ସମେତ ୪ଜଣ ଓଏସଏପି ୩ୟ(ଏସଏସ) ବାଟାଲିୟନ ଯବାନଙ୍କୁ ବନବିଭାଗ ଗିରଫ କରିଥିଲା । ଗିରଫ ହୋଇଥିବା ଯବାନମାନେ ହେଉଛନ୍ତି ଗାଡିର ଡ୍ରାଇଭର ଶ୍ରୀଧର ମହାପାତ୍ର, ଭରତ ମହାଙ୍କୁଡ,ଯଶବନ୍ତ ଆଚାର୍ଯ୍ୟ ଓ ଚିନ୍ମୟ ବେହେରା । ଗତ କିଛି ବର୍ଷ ହେବ ପୋଲିସ ବିଭାଗ ଗୁରୁତ୍ୱପୂର୍ଣ୍ଣ ଅପରାଧ ମାମଲା ଗୁଡିକ ସଠିକ ଭାବେ ତଦନ୍ତ କରିବାରେ ବିଫଳ ହୋଇଥିବାରୁ ସମଗ୍ର ରାଜ୍ୟରେ ନିନ୍ଦିତ ହେଉଛି ।

ଯେଉଁ ମାମଲା ଗୁଡିକ ଯୋଗୁଁ ପୋଲିସ ନିନ୍ଦିତ ହେଉଛି ସେଗୁଡିକ ମଧ୍ୟରେ ରହିଛି କୋରାପୁଟ ଜିଲ୍ଲାରେ କୁନ୍ଦୁଲି ଦୁଷ୍କର୍ମ ଓ ହତ୍ୟା, ପିପିଲି ବେବିନା ହତ୍ୟା, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା, ପାରଳାଖେମୁଣ୍ଡିର ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେନ୍ଦନଶୀଳ ମାମଲା ରହିଛି

। ଗତ ଜୁଲାଇ ମାସରେ ପାରଳାଖେମୁଣ୍ଡିର ସହକାରୀ ବନସଂରକ୍ଷକ ମୃତ୍ୟୁ ମାମଲାରେ ପୋଲିସର ଭୂମିକା ସନ୍ଦେହ ଦୃଷ୍ଟିରେ ଗଜପତି ଜିଲ୍ଲାବାସୀଙ୍କ ସମେତ ସମଗ୍ର ରାଜ୍ୟ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଉକ୍ତ ଘଟଣାର ପଟଦୃଶ୍ୟ ଜିଲ୍ଲାବାସୀଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ପୋଲିସ ଗାଡିରେ ସାଗୁଆନ କାଠ ଚୋରାଚାଲାଣ କରି ୪ଜଣ ଯବାନ ବନବିଭାଗ ଦ୍ୱାରା ଗିରଫ ହେବା ଘଟଣା ଗୃହ ବିଭାଗ କାର୍ଯ୍ୟଶୈଳୀ ଉପରେ ଜନତାଙ୍କ ହୃଦୟରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ଘଟଣାର ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.ପି.କୋଚେ ବିଭାଗୀୟ ତଦନ୍ତ କରିବାକୁ ଆସିଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଆଜି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.ପି.କୋଚେ ଜିଲ୍ଲା ଆରକ୍ଷୀଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲା ବନ ବିଭାଗ ଦେବଗିରି ରେଞ୍ଜର ଫରେଷ୍ଟର ଶ୍ୟାମସୁନ୍ଦର କଳିଙ୍ଗ, ବନରକ୍ଷୀ ଶିବରାମ ସାବତ,ଅମୃତ ଜେନା, ଲକ୍ଷ୍ମୀଧର ପାଇକ, କେ.ଗିରୀଶ କୁମାର ଓ ସି.ଏଚ. ନାଗେଶ୍ୱର ରାଓ ସମେତ ୬ଜଣଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିବା ଜଣାପିଡିଛି । ଶନିବାର ଦିନ ବନବିଭାଗ ଉଚ୍ଚପଦସ୍ଥ ଓ ପୋଲିସ ବିଭାଗର ଅଧିକାରୀଙ୍କୁ ପଚରାଉଚରା କରିବାର କାର୍ଯ୍ୟକ୍ରମ ରହିଛି ବିଶେଷ ସୁତ୍ରରୁ ଶୁଣିବାକୁ ମିଳୁଛି । ଉକ୍ତ ଘଟଣାରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.ପି.କୋଚେଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଏହା ବିଭାଗୀୟ ତଦନ୍ତ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଉଛି । ତଦନ୍ତ ଶେଷ ହେଲାପରେ ଅତିରିକ୍ତ ପୋଲିସ ମହାନିେର୍ଦ୍ଦେଶକ ଶେଷ ହେବା ପରେ ସୂଚନା ଦେବେ ବୋଲି କହିଥିଲେ । ସହକାରୀ ବନସଂରକ୍ଷକ ଗୌରୀ ପ୍ରସାଦ ରଥଙ୍କୁ ପଚାରିବାରୁ ବନବିଭାଗ କର୍ମଚାରୀଙ୍କ ତଦନ୍ତ ପାଇଁ ଡକା ହୋଇଥିଲା ସେମାନେ ଆସିଥିଲେ ଏବଂ ଆସନ୍ତା କାଲି ତାଙ୍କୁ ଡକାଯାଇଛି ବୋଲି କହିଛନ୍ତି । କି ପ୍ରକାର ତଦନ୍ତ ପାଇଁ ବନବିଭାଗ କର୍ମଚାରୀଙ୍କୁ ଡକାଯାଇଛି ବୋଲି ପଚାରିବାରୁ ସେବିଷୟରେ ଜାଣିନାହାନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ ।ଓଏସଏପି ୩ୟ(ଏସଏସ) ବାଟାଲିୟନର କମାଡେଣ୍ଟ ଜୁରିଆ ବେହେରାଙ୍କୁ ପଚାରିବାରୁ ଘଟଣା ଯହା ଘଟିଛି ତାର ଗୋପନୀୟ ତଦନ୍ତ ଉପରିସ୍ଥ ଅଧିକାରୀ ତଦନ୍ତ କରୁଛନ୍ତି । ତଦନ୍ତ ଶେଷ ହେଲାପରେ ତାହା ଜଣାପଡିବା ବୋଲି କହି ତରବରିଆ ଭାବେ ଗାଡିରେ ବସି ଚାଲିଯାଇଥିଲେ ।ଏହି ଘଟଣାରେ ଓଏସଏପି ୩ୟ(ଏସଏସ) ବାଟାଲିୟନର କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ଗିରଫ ହୋଇଥିବା ଯବାନ ମାନେ ହେଉଛନ୍ତି କେବଳ ମୋହରା ବୋଲି ଗଜପତି ଜିଲ୍ଲାବାସୀଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି

Leave A Reply

Your email address will not be published.