ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

0 11
 ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।ତମାଖୁ ନିୟନ୍ତ୍ରଣ ପାଇଁ ଏନ୍ ଫୋର୍ସମେଣ୍ଟ କଡାକଡି କରିବାକୁ କହିଥିଲେ।
    ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଶାନ୍ତ କୁମାର ଦାସ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ତମାଖୁ ସେବନ କ୍ଷତିକାରକ ।ପ୍ରତିବର୍ଷ ଭାରତରେ ତମାଖୁ ସେବନ ଦ୍ଵାରା ୧୦ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି।ତମାଖୁ ସେବନ କରୁଥିବା ବ୍ୟକ୍ତି କ୍ୟାନସର ରେ ପୀଡିତ ହେବା ଆଶଙ୍କା ଅଧିକ।ଧୂମପାନ ଓ ତମାଖୁ ସେବନ କରୁଥିବା ଲୋକ ମୁଖ ଗହ୍ଵର କର୍କଟ ରୋଗରେ ପୀଡିତ ହେବା ଆଶଙ୍କା ଅଧିକ ଅଟେ।
  ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ତମାଖୁ ନିୟନ୍ତ୍ରଣ କମିଟି ଗଠନ କରାଯାଇଛି।ଜିଲ୍ଲାସ୍ତରରେ ମଧ୍ୟ ଏନ୍ ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି।ତମାଖୁ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ,ସ୍କୁଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କରାଯାଇଛି।ସ୍କୁଲ୍ ନିକଟରେ ତମାଖୁ ବିକ୍ରୟ ଦୋକାନ ରହିବ ନାହିଁ।ଖୋର୍ଦ୍ଧା ଜିଲ୍ଲାରେ ୪୪ ଟି ହାଇସ୍କୁଲ୍ ଓ ୨ ଟି କଲେଜ୍ ରେ ତମାଖୁ ନିୟନ୍ତ୍ରଣ ସମ୍ପର୍କରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ଅଧିକୃତ ପଦାଧିକାରୀ ,ଖାଦ୍ୟ ସୁରକ୍ଷା ଭୁବନେଶ୍ୱର ଶ୍ରୀ ସତ୍ୟଜିତ ପଟେଲ ତମାଖୁ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମ ବିଷୟରେ କହିଥିଲେ।ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ଲୋକମାନେ ସଚେତନ ହେବା ଓ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ।ଆସିଷ୍ଟାଣ୍ଟ ମ୍ୟାନେଜର,ଏନ୍. ସି. ଡି ସୁଦୀପ୍ତା ସେନାପତି ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।
    ଏହି ବୈଠକରେ ପୋଲିସ ଅଧିକାରୀ,ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଇପିଏରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ ଇପିଏ ନିଉଜ

Leave A Reply

Your email address will not be published.