ତାରାତାରିଣି ସାହିତ୍ୟ ସଂସଦର ନବମ ମାସିକ ସାହିତ୍ୟ ଆସର ଏବଂ ଆଲୋଚନା ଚକ୍ର

0 8

ବ୍ରହ୍ମପୁର ତା 7.11.2021 ରିଖ ରବିବାର ଦିନ ସମୟ ସକାଳ 10 ଘଣ୍ଟା ବେଳେ ତାରାତାରିଣି ସାହିତ୍ୟ ସଂସଦର ନବମ ମାସିକ ସାହିତ୍ୟ ଆସର ଏବଂ ଆଲୋଚନା ଚକ୍ର ବ୍ରହ୍ମପୁରସ୍ଥିତ ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେ ଡ. ପ୍ରକାଶ ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ସାରିଛି । ଅନୁଷ୍ଠାନ ର ପ୍ରତିଷ୍ଠାତା ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡକ୍ଟର ମନୋରମା ଦାଶ,ମୁଖ୍ୟ ବକ୍ତା ଭାବେ ଡ.ପ୍ରଦୀପ୍ କୁମାର ପଟ୍ଟନାୟକ ଯୋଗ ଦେଇ ବୈଦେହିଶ ବିଳାସ କାବ୍ୟ ରେ ” ବୈଦେହିଙ୍କ ବୈଭବ ବର୍ଣ୍ଣନା” ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରିବା ଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ଥିଲେ ଏହି ଅବସରରେ ବଂଶୀବଟ ପତ୍ରିକା ଏବଂ କବି ଭାସ୍କର ରାଉତ ଙ୍କ କବିତା ଚାଙ୍ଗୁଡି ଉନ୍ମୋଚନ ହୋଇଥିଲା ।ଦ୍ୱିତୀୟ ପର୍ଯ୍ୟାୟ ରେ କବି ଭାସ୍କର ରାଉତ ଙ୍କ ସଭାପତିତ୍ବରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି ଏହି ପର୍ଯ୍ୟାୟର କବି ବୃନ୍ଦାବନ ସାହୁ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ସତ୍ୟମ୍ ଆଚାରୀ, ଧୃଦ ଚରଣ ବେହେରା ଯୋଗ ଦେଇ ଥିଲେ ।କବି ପ୍ରମୋଦ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୁଧିର କୁମାର ପଣ୍ଡା, ଅଜିତ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ଆଚାରୀ,କାଳନ୍ଦୀ ନାୟକ, ଚନ୍ଦ୍ର ଶେଖର ମହାପାତ୍ର, ସଞୁକ୍ତା ଦାଶ,ବନ୍ଦନା ମହାପାତ୍ର, ମନିତା ବେହେରା, ବୈଶାଳି ପାଣିଗ୍ରାହୀ, ଅନୁରାଧା ମହାରଣା,ବିଦିଶା ପାତ୍ର ସମେତ ଷାଠିଏ ଜଣ କବି ଉପସ୍ଥିତ ରହି ସ୍ବରଚିତ କବିତା କ୍ଷୁଦ୍ର ଗଳ୍ପ ପାଠ କରିଥିଲେ ସମ୍ପାଦିକା ସୁଜାତା ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ କବି ବନ୍ଦନା ମିଶ୍ର ଏବଂ ସୂଚେତା ପାଣିଗ୍ରାହୀ କବିତା ଗୁଡିକ ର ସଂଯୋଜନା କରିଥିଲେ ଶେଷରେ ଆଇନଜୀବୀ ରଞ୍ଜନ କୁମାର ନାହାକ ଧନ୍ୟବାଦ ପ୍ରଦାନ କରିଥିଲେ ।

.

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.