ତେଲନଦୀରେ ଦଙ୍ଗାବୁଡି ଶିଶୁ ନିଖୋଜ ଘଟଣା
48 ଘଣ୍ଟା ପରେ ବି ସନ୍ଧାନ ମିଳିନଥିବା ସୂଚନା
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଫାସେଡ ଘାଟ ର ତେଲନଦୀ ରେ ଘାଟ ଠାରୁ କିଛି ଦୂରରେ ଗତ 13 ତାରିଖ ସନ୍ଧ୍ୟା ପ୍ରାୟ ସାଢେ ଛ ଟା ସମୟରେ ଏକ ଯାତ୍ରୀ ବାହୀ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଡଙ୍ଗାରେ ରହିଥିବା 17 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ତିନିବର୍ଷର ଶିଶୁ ନିଖୋଜ ହୋଇଯାଇଥିଲେ l ଘଟଣା ଘଟିବାର 48 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିଖୋଜ ଶିଶୁ ର କୌଣସି ସନ୍ଧାନ ମିଳିନାହିଁ l ଅନ୍ୟ ପକ୍ଷେ ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା ର ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ନିଖୋଜ ଶିଶୁ କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖି ଛନ୍ତି l ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ କୁଳୁତାଯୋରପଞ୍ଚାୟତ ଫାସେଡ ଗ୍ରାମର ଫୁଟବଲ ଖେଳାଳି ଶୁକ୍ରବାର ଫୁଟବଲ ଖେଳିବା ପାଇଁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହିମୁଣ୍ଡା କୁ ଯାଇଥିଲେ l ଖେଳ ସରିବା ପରେ ଖେଳାଳିମାନେ ଦେଓଗାଁ ଘାଟରୁ ଡ଼ଙ୍ଗା ସାହାର୍ଯ୍ୟ ରେ ନିଜ ଗ୍ରାମକୁ ଫେରୁଥିଲେ l ଖେଳାଳିଙ୍କ ସହ ଜଣେ ବ୍ୟକ୍ତି ନିଜର ତିନିବର୍ଷୀୟ ଶିଶୁ ପୁତ୍ର କୁ ଧରି ଉକ୍ତ ଡଙ୍ଗାରେ ଯାଉଥିଲେ l ନଡ଼ିମଧ୍ୟରେ ଡ଼ଙ୍ଗାଟି ଥିବା ସମୟରେ ହଠାତ ଝଡବର୍ଷା ଆରମ୍ଭ ହୋଇଥିଲା l ଫଳରେ ଡ଼ଙ୍ଗାଟି ଫାସଡ଼ ପୋଲ ପାଇଁ ନିର୍ମିତ ସିମେଣ୍ଟ ପିଲରରେ ପିଟିହୋଇ ଯାଇ ଥିଲା l ଫଳରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିଥିଲା l ଡଙ୍ଗାରେ ରହିଥିବା ସମସ୍ତ ଯାତ୍ରୀ ପହଁରି ପହଁରି ନଦୀ କୂଳକୁ ଆସିଯାଇଥିବା ବେଳେ ଶିଶୁପୁତ୍ରଟି ପାଣି ଭିତରେ ରହିଯାଇଥିଲା l ଖବର ପାଇ ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ର ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଂଚି ମିଳିତ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ନିଖୋଜ ଶିଶୁ ର କୌଣସି ସନ୍ଧାନ ପାଇନଥିଲେ l ଏହି ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଶିଶୁ ଟିର କୌଣସି ସନ୍ଧାନ ମିଳିପାରିନାହିଁ l ଅନ୍ୟ ପକ୍ଷେ ଏହି ଦୁର୍ଘଟଣା ପରେ ବୌଦ୍ଧ ଜିଲ୍ଲା ପାଳଙ୍କ ନିର୍ଦ୍ଧେଶ କ୍ରମେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ଙ୍କ ସହ କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ l
ବୌଦ୍ଧ ଜିଲା ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )