ତେଲ ନଦୀ ସେତୁ ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ

0 12

ପଶ୍ଚିମ ଓଡିଶା କୁ ପୂର୍ବ ଓଡିଶା ସହ ସିଧାସଳଖ ସଂଯୋଗ ଓ ଯାତାୟାତ ର ସୁବିଧା ପାଇଁ ୭୦ ଦଶକରେ ନିର୍ମାଣ ହୋଇଥିବା ସୋନପୁର ତେଲନଦୀ ସେତୁର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଦୈନିକ ହଜାର ହଜାର ସଂଖ୍ୟା ରେ ଯାନବାହାନ ଏହି ସେତୁ ଦେଇ ଯିବା ଆସିବା କରୁଛି l ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁଟି ଏବେ ଜରାଜୀର୍ଣ୍ଣ ହୋଇପଡିଛି l ସେତୁର ବିଭିନ୍ନ ସ୍ଥାନରେ କଂକ୍ରିଟ ସବୁ ଉଠିପଡ଼ି ବାହାରକୁ ଲୁହା ରଡ଼ ଦେଖାଯାଉଛି l ବିଭିନ୍ନ ସ୍ଥାନ ରେ ଖାଲଖମା ସୃଷ୍ଟି ହୋଇଛି l ଏପରିକି କେତେକ ସ୍ଥାନ ରେ କଂକ୍ରିଟ ପୁରା ଉଠିପଡ଼ି ସୃଷ୍ଟି ହୋଇଥିବା ଖାଲ ଦେଇ ନଦିଗର୍ଭ ମଧ୍ୟ ଦୃଶ୍ୟମାନ ହେଉଛି l ଏବେ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ବାଚୀ ଦେଖାଦେଇଛି l ସୂଚନା ଅନୁସାରେ ୭୦ ଦଶକରେ ନିର୍ମାଣ କରାଯାଇଥିବା ଏହି ସେତୁଟି ପ୍ରାୟ 50 ବର୍ଷ ଧରି ପୂର୍ଵ ଓ ପଶ୍ଚିମ ଓଡିଶା ମଧ୍ୟ ରେ ଯୋଗାଯୋଗ ର ଏକ ମାଧ୍ୟମ ଭାବେ ଛିଡା ହୋଇଛି l

ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l 631 ମିଟର ଦୈର୍ଘ ବିଶିଷ୍ଟ ଏହି ସେତୁ ନିର୍ମାଣ ହେବା ପରେ ତତ୍କାଳୀନ ରାଜ୍ୟପାଳ ବି ଡ଼ି ଜଟ୍ଟୀ ୧୯୭୧ ମସିହା ରେ ଏହା କୁ ଲୋକାର୍ପିତ କରିଥିଲେ l ଏହି ସେତୁ ନିର୍ମାଣ ପରେ ସୋନପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ରୁ ବୌଦ୍ଧ ଜିଲ୍ଲା ଦେଇ ପୂର୍ଵ ଓଡିଶା କୁ ସିଧା ସଳଖ ବାଟ ଫିଟିଥିଲା l ଏପରିକି ପଶ୍ଚିମ ଓଡିଶାରୁ ପୂର୍ବ ଓଡିଶାକୁ ରାସ୍ତାର ଦୂରତ୍ୱମଧ୍ୟ କମିଯାଇଥିଲା l ହେଲେ ବିଭାଗୀୟ ଅବହେଳା କାରଣରୁ ଏହି ସେତୁ ଟି ଏବେ ପ୍ରାୟ ଧ୍ବଂସାଭିମୁଖୀ ଅବସ୍ଥାରେ ରହିଛି l ସେତୁ ଟି 57 ନମ୍ବର ଜାତୀୟ ରାଜପଥ ରେ ରହିଥିବାରୁ ଦୈନିକ ହଜାର ହଜାର ଯାନବାହାନ ଏହି ସେତୁ ଦେଇ ଯିବା ଆସିବା କରୁଛି l ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ସେତୁଟିର ଅବସ୍ଥା ଜରାଜୀର୍ଣ୍ଣ ହେବାରେ ଲାଗିଛି l କେତେ ବେଳେ କେଉଁ ଅବସ୍ଥାରେ ଅଘଟଣ ଘଟିବ ତାହାର କିଛି ଠିକଣା ନାହିଁ l ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଥିବା ବେଳେ ଯଥା ଶୀଘ୍ର ଏହି ସେତୁର ମରାମତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ପ୍ରାୟ 50 ବର୍ଷ ତଳେ ନିର୍ମିତ ସେତୁଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଯେ କୌଣସି ସମୟରେ ଅଘଟଣ ଘଟିବା ନେଇ ଆଶଙ୍କା ଦେଖାଯାଇଛି l ଯଦି କୌଣସି ଅଘଟଣ ଘଟେ, ତେବେ ପଶ୍ଚିମ ଓଡିଶା ଓ ପୂର୍ଵ ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିବ l ଏଣୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ତେଲନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.