ତୋରା କାଳୀ ମନ୍ଦିର ରୁ ଚୋରି ହୋଇଥିବା ସାମଗ୍ରୀ କୁ ଉଦ୍ଧାର କରିଛି ଟାଉନ୍ ଥାନା ପୋଲିସ

0 4

ବିଳମ୍ବିତ ରାତିରେ ଟାଉନ୍ ଥାନା ଅନ୍ତର୍ଗତ ତୋରା ଗ୍ରାମରେ ଥିବା ମାଁ କାଳୀ ଙ୍କ ମନ୍ଦିର ରୁ କେହି ଜଣେ ଦୁର୍ବୃତ୍ତ ମନ୍ଦିର ର ଗ୍ରିଲ୍ ଭାଙ୍ଗି ମାଁ କାଲୀ ପିନ୍ଧିଥିବା ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ବେଳେ ଏ ନେଇ ମନ୍ଦିର ଟ୍ରଷ୍ଟ ବଳରାମ ପ୍ରଧାନ ଟାଉନ୍ ଥାନାରେ ଏକ ଅଭିଯୋଗ କରିଥିଲେ l

ଅଭିଯୋଗ କୁ ଆଧାର କରି ଟାଉନ୍ ଥାନାରେ ଏକ ମାମଲା ରୁଜୁ ହେବା ସହ ଟାଉନ୍ ଥାନା ଆଇ.ଆଇ.ସି ସଦାନନ୍ଦ ପୁଝାରୀ ଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରି ଛାନ ଭିନ୍ ଆରମ୍ଭ କରିଥିଲା l ଏବଂ ୨୪ ଘଣ୍ଟା ଭିତରେ ଚୋରି ହୋଇଥିବା ରୂପାର ମୁକୁଟ, ରୂପାର ହାର, ସୁନାର ଚୁଡ଼ି,5 ସେଟ୍ ଗିନି ଆଦି ସାମଗ୍ରୀକୁ ଉଦ୍ଧାର କରିବା ସହ ଦୁଇ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ ଟାଉନ ପୋଲିସ l ଦୁଇ ମୁଖ୍ୟ ଅଭିଯୁକ୍ତ ହେଲେ ତୋରା ଟାଙ୍ଗର୍ ପଡା ର ରାହୁଲ୍ ହନୁମାନ ଓ ରାଜେନ୍ଦ୍ର କୁମ୍ଭାର ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ କରିଛନ୍ତି ବରଗଡ SDPO ଦୀପକ୍ କୁମାର ଗୋଚ୍ଛାୟତ ଦୁଇ ଅଭିଯୁକ୍ତ କୁ ଟାଉନ୍ ଥାନା କେଶ୍ ନମ୍ୱର୍ 61/2022 u/s 457/380 IPC ଧାରାରେ କୋର୍ଟ ଚାଲାଣ କରାଯାଇଛି କହିଛନ୍ତି ବରଗଡ଼ SDPO ଦୀପକ୍ କୁମାର ଗୋଚ୍ଛାୟତ l

ବରଗଡ଼ ଇପିଏ ରୁ ସୁବାଷ ଚନ୍ଦ୍ର ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.