ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କାଶିନଗର ପଞ୍ଚାୟତ ସମିତିର ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।

0 108

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା କାଶିନଗର ପଞ୍ଚାୟତ ସମିତି ଅଧିନରେ ଥିବା ୧୨ଟି ପଞ୍ଚାୟତଟି ପଞ୍ଚାୟତର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ଅଫିସରଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।୫୦ହଜାର୩୫୮ଜଣ ଜନସଂଖ୍ୟା ବସବାସ କରୁଥିବା କାଶିନଗର ବ୍ଲକ୧୨ଟି ପଞ୍ଚାୟତର ୧୬୦ଟି ୱାର୍ଡକୁ ନେଇ ଗଠିତ ହୋଇଛି ।୫୦ହଜାର୩୫୮ଜଣ ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୮ହଜାର୧୪,ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୧୭ହଜାର୭୬୨ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୨୪ହଜାର୫୮୨ ଅଟେ ।୧୨ଟିପଞ୍ଚାୟତ ଯଥା ଅଲଡା,କିଡିଗାଁ,ଖାରଡା,ଖାଣ୍ଡବା,କେ.ସୀତାପୁର,ଗୋରିବନ୍ଧା,ପାର୍ତ୍ତଡା,ବୁଦୁରା,ରାଣିପେଣ୍ଠ,ସିଆଳୀ,ସିଧାମଡଙ୍ଗ ଓ ହାଡୁଭାଙ୍ଗୀ ।୪୭୮୭ ଜନସଂଖ୍ୟା ବିଶିଷ୍ଟ ଅଲଡା ପଞ୍ଚାୟତର ସରପଞ୍ଚ ଆସନଟି (ଅଣସଂରକ୍ଷିତ) ଓ ସମିତିସଭ୍ୟ (ଅନୁସୂଚିତ ଜନଜାତି),୨୭୨୭ ଜନସଂଖ୍ୟା ଥିବା କିଡିଗାଁ ପଞ୍ଚାୟତର ସରପଞ୍ଚ ଆସନ(ଅଣସଂରକ୍ଷିତ-ମହିଳା) ଓ ସମିତି ସଭ୍ୟ(ଅଣସଂରକ୍ଷିତ),୪୧୮୩ ଜନସଂଖ୍ୟା ଥିବା ଖାରଡା ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ(ଅଣସଂରକ୍ଷିତ-ମହିଳା),୫୫୩୮ ଜନସଂଖ୍ୟା ଥିବା ଖାଣ୍ଡବା ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜାତି-ମହିଳା) ଓ ସମିତି ସଭ୍ୟ (ଅଣସଂରକ୍ଷିତ-ମହିଳା),୭୨୬୮ ଜନସଂଖ୍ୟା ଥିବା କେ.ସୀତାପୁର ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜାତି) ଓ ସମିତି ସଭ୍ୟ (ଅନୁସୂଚିତ-ମହିଳା),୩୦୪୯ ଜନସଂଖ୍ୟା ଥିବା ଗୋରିବନ୍ଧା ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ) ଓ ସମିତି ସଭ୍ୟ (ଅନୁସୂଚିତ ଜନଜାତି),୩୦୮୫ ଜନସଂଖ୍ୟା ଥିବା ପାର୍ତ୍ତଡା ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ-ମହିଳା) ଓ ସମିତିସଭ୍ୟ( ଅଣସଂରକ୍ଷିତ),୪୦୪୬ ଜନସଂଖ୍ୟା ଥିବା ବୁଦୁରା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ (ଅଣସଂରକ୍ଷିତ-ମହିଳା) ,୩୪୬୧ଜନସଂଖ୍ୟା ବିଶିଷ୍ଟ ରାଣିପେଣ୍ଠ ପଞ୍ଚାୟତର ସରପଞ୍ଚ ଆସନ(ଅଣସଂରକ୍ଷିତ-ମହିଳା) ଓ ସମିତିସଭ୍ୟ (ଅନୁସୂଚିତ ଜନଜାତି-ମହିଳା),୫୫୯୩ଜନସଂଖ୍ୟା ଥିବା ସିଆଳି ପଞ୍ଚାୟତର ସରପଞ୍ଚ ଆସନ(ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ (ଅଣସଂରକ୍ଷିତ),୨୫୬୫ ଜନସଂଖ୍ୟା ଥିବା ସିଧାମଢଙ୍ଗ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ (ଅନୁସୂଚିତ ଜାତ)ି ଏବଂ ୪୦୫୬ ଜନସଂଖ୍ୟା ଥିବା ହାଡୁଭାଙ୍ଗୀ ପଞ୍ଚାୟତର ସରପଞ୍ଚ ଆସନ (ଅଣସଂରକ୍ଷିତ) ଓ ସମିତିସଭ୍ୟ (ଅନୁସୂଚିତ ଜନଜାତି-ମହିଳା) ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । କାଶିନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜାତି-ମହିଳା) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ଗଜପତି ଜିଲ୍ଲା ଇପିଏରୁ ଦିଲ୍ଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.