ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲ୍ଲା ପରିଷଦ ସଦସ୍ୟ ଓ ଅଧ୍ୟକ୍ଷ ଆସନର ଚୁଡାନ୍ତ ସଂରକ୍ଷଣ ତାଲିକା

0 190

ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲ୍ଲା ପରିଷଦ ଜୋନ୍ ଓ ଅଧ୍ୟକ୍ଷ ଆସନର ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଓଡିଶା ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ପତ୍ର ସଂଖ୍ୟା-୧୮୯୫୮-ତା. ୩-୧୧-୨୦୨୧ରିଖର ଆସନ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି । ଏଥିରେ ଗଜପତି ଜିଲ୍ଲାରେ ପୂର୍ବ ବିଜ୍ଞପ୍ତି ପ୍ରକାଶନ ୮ଟି ଜୋନ୍‌ରେ ଆସନ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଗଜପତି ଜିଲ୍ଲା ପରିଷଦ ଜୋନ୍ ନଂ-୩,୬, ୭, ୮,୧୦, ୧୧, ୧୨ ଓ ୧୪ରେ ଆସନ ସଂରକ୍ଷଣ ବ୍ୟବସ୍ଥାରେ ପରିବତ୍ତନ କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀଟି ଅନୁସୂଚିତ ଜନଜାତି(ମହିଳା)ଙ୍କ ନିମନ୍ତେ ସଂରକ୍ଷିତ ରହିଛି । ପୂର୍ବ ବିଜ୍ଞପ୍ତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନଟି ପଛୁଆବର୍ଗ ନିମନ୍ତେ ସଂରକ୍ଷିତ ରହିଥିଲା
ଗଜପତି ଜିଲ୍ଲା ପରିଷଦ ଜୋନ୍ ଚୁଡାନ୍ତ ସଂରକ୍ଷିତ ତାଲିକା

୧)ଜିଲ୍ଲା ପରିଷଦ ଜୋନ୍ ନଂ-୧- କାଶିନଗର(୧)- ଅଣସଂରକ୍ଷିତ
୨)ଜିଲ୍ଲା ପରିଷଦ ଜୋନ୍ ନଂ-୨- କାଶିନଗର(୨)-ଅନୁସୂଚିତ ଜାତି(ମହିଳା)
୩)ଜିଲ୍ଲା ପରିଷଦ ଜୋନ୍ ନଂ-୩- ଗୁମ୍ମା(୧)- ଅଣସଂରକ୍ଷିତ(ମହିଳା)
୪)ଜିଲ୍ଲା ପରିଷଦ ଜୋନ୍ ନଂ-୪- ଗୁମ୍ମା(୨)- ଅନୁସୂଚିତ ଜନଜାତି(ମହିଳା)
୫)ଜିଲ୍ଲା ପରିଷଦ ଜୋନ୍ ନଂ-୫- ନୂଆଗଡ- ଅନୁସୂଚିତ ଜନଜାତି
୬)ଜିଲ୍ଲା ପରିଷଦ ଜୋନ୍ ନଂ-୬- ପାରଳାଖେମୁଣ୍ଡି(୧)- ଅଣସଂରକ୍ଷିତ
୭)ଜିଲ୍ଲା ପରିଷଦ ଜୋନ୍ ନଂ-୭- ପାରଳାଖେମୁଣ୍ଡି(୨)- ଅଣସଂରକ୍ଷିତ
୮)ଜିଲ୍ଲା ପରିଷଦ ଜୋନ୍ ନଂ- ୮-ମୋହନା(୧)- ଅଣସଂରକ୍ଷିତ(ମହିଳା)
୯)ଜିଲ୍ଲା ପରିଷଦ ଜୋନ୍ ନଂ- ୯-ମୋହନା(୨)- ଅନୁସୂଚିତ ଜନଜାତି
୧୦)ଜିଲ୍ଲା ପରିଷଦ ଜୋନ୍ ନଂ-୧୦-ମୋହନା(୩)-ଅନୁସୂଚିତ ଜନଜାତି
୧୧)ଜିଲ୍ଲା ପରିଷଦ ଜୋନ୍ ନଂ-୧୧- ଆର ଉଦୟଗିରି(୧)-ଅନୁସୂଚିତ ଜନଜାତି(ମହିଳା)
୧୨)ଜିଲ୍ଲା ପରିଷଦ ଜୋନ୍ ନଂ-୧୨- ଆର ଉଦୟଗିରି(୨)- ଅଣସଂରକ୍ଷିତ
୧୩)ଜିଲ୍ଲା ପରିଷଦ ଜୋନ୍ ନଂ-୧୩- ରାୟଗଡ(୧)- ଅନୁସୂଚିତ ଜନଜାତି(ମହିଳା)
୧୪)ଜିଲ୍ଲା ପରିଷଦ ଜୋନ୍ ନଂ-୧୪- ରାୟଗଡ(୨)- ଅଣସଂରକ୍ଷିତ(ମହିଳା)

ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ ଶତପଥିଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.