ଥାନା ଆଗରେ କୁମ୍ଭାର ପଡା ଓ କେଉଁଟ ପଡାର ଲୋକଙ୍କ ଧାରଣା

0 10

ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଆଗରେ କୁମ୍ଭାର ପଡା ଓ କେଉଁଟ ପଡାର ଲୋକେ ଧାରଣାରେ ବସିଛନ୍ତି ।ସ୍ବେଛାସେବୀ ବଳଦେବ ବାଗଙ୍କ ନେତୃତ୍ବରେ ଶତାଧିକ ଜନସାଧାରଣ ପୋଲିସ ମିଥ୍ୟା ମୋକଦ୍ଦମା ରୁଜୁ କରୁଥିବା ପ୍ରତିବାଦରେ ଏହି ଧାରଣାରେ ସାମିଲ ହୋଇଛନ୍ତି ।ତେବେ ଗତକାଲି ରାତିରେ ସଦର ଥାନା ପୋଲିସ କୁମ୍ଭାର ପଡାର ବାଂଛା ବାଘ ଓ ପିଂକୁ ବାଘକୁ ମିଥ୍ୟା ଏଫଆଇଆର ଆଧାରରେ ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି ।କୁମ୍ଭାର ପଡାରେ ଭଡାରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅ ଥାନାରେ ପଡାଲୋକଙ୍କ ନାଁରେ ମିଥ୍ୟା ମୋକଦ୍ଦମା ରୁଜୁ କରିଥିବା ଅଭିଯୋଗ ହୋଇଛି ।ପଡାରେ ଭଡାରେ ରହୁଥିବା ମହିଳା ଜଣକ ଜଣେ କଳିହୁଡି ମହିଳା ହୋଇଥିବା ବେଳେ ସେ ପଡାବାସୀଙ୍କ ସହିତ ଅଯଥାରେ କଳି ଝଗଡା କରୁଥିବା ପଡାଲୋକେ ପ୍ରାୟ ପାଂଚ ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ।ତେବେ ପଡାଲୋକଙ୍କ ଅଭିଯୋଗ ପୋଲିସ ନ ଶୁଣି ଭଡା ରହୁଥିବା ମହିଳାଙ୍କ ମିଥ୍ୟା ଏଫ ଆଇ ଆର ଆଧାରରେ ପଡାର ଯୁବକମାନଙ୍କୁ ରାତିରେ ଥାନାକୁ ଆଣି ଅଟକ ରଖିଛି ।ତେବେ ପୋଲିସ ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ନେବା ସହିତ ମିଛ ମୋକଦ୍ଦମା ଆଧାରରେ ପଡାବାସୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।ତେବେ ଅଟକ ଥିବା ଦୁଇ ଯୁବକଙ୍କୁ ନିସର୍ତ୍ତ ଛାଡିଦେବା ସହିତ ମିଛ ମୋକଦ୍ଦମା ଦାୟର କରିଥିବା ମହିଳାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହୋଇଛି ।ଦାବୀ ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ବଳଦେବ ବେଦବାକ ସୁଚନା ଦେଇଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.