ଥାନା ପାଖ ମନ୍ଦିର ରୂ ଚୋରି

0 20

ଗତ କିଛି ଦିନ ଧରି ଭଦ୍ରକ ସହରେ ମାତିଛନ୍ତି ମନ୍ଦିର ଲୁଟେରା l ଗୋଟିଏ ପରେ ଗୋଟିଏ ମନ୍ଦିର କୁ କରୁଛନ୍ତି ଟାର୍ଗେଟ l ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ପୁରୁଣାବଜ଼ାର ଥାନା କୁ ଲାଗିଥିବା ବାବା କଦମ୍ବସ୍ୱର ମନ୍ଦିର ରେ l

ରାତିରେ ଲୁଟେରା ମାନେ ବାବା କଦମ୍ବସ୍ୱର ମନ୍ଦିର ତାଲା ଭାଙ୍ଗି ଠାକୁର ଙ୍କ ସମସ୍ତ ପୂଜା ସାମଗ୍ରୀ ସହ ପିତ୍ତଳ ବାସନ ସବୁ ଲୁଟି ନେଇଛନ୍ତି ଲୁଟେରା ମାନେ l ଏହି ଘଟଣା ଜାଣିବା ପରେ ପୁରୁଣାବଜ଼ାର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରା ଯାଇଛି l ତେବେ ଏଠାରେ ପ୍ରଶ୍ନ ଉଠୁଛି ଥାନା କୁ ଲାଗିଥିବା ମନ୍ଦିର ରେ ଚୋରି ହେଉଥିବା ବେଳେ ପୋଲିସ କିଭଳି ଟେର ପାଇ ନଥିଲା ତାହା ଏବେ ଚର୍ଚାର ବିଷୟ ହୋଇଛି l

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.