ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ

0 3

ଶିକ୍ଷକ ମାନଙ୍କ ର ନୂତନ ଜ୍ଞାନ କୌଶଳ ଓ ଦକ୍ଷତା ବୃଦ୍ଧି , ଛାତ୍ର ଛାତ୍ରୀ ଓ ଅଭିଭାବକ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଉତ୍ତମ ସମ୍ପର୍କ ଗଠନ ସହ ଶିକ୍ଷା କ୍ଷେତ୍ର ରେ ନୂତନ ଆହ୍ଵାନ ପାଇଁ ଏକ ଦକ୍ଷତା ତାଲିମ ଶିବିର ଭୁବନେଶ୍ୱର ର ପଟିଆ ସ୍ଥିତ ଜମାତ୍ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଅଲ୍ ଇଣ୍ଡିଆ ଆଇଡଲ୍ ଟିଚର୍ସ ଆସୋସିଏସନ୍ ର ଜାତୀୟ ସଭାପତି ଅବଦୁଲ ରହିମ ଙ୍କ ସଭାପତିତ୍ବ ରେ ଆୟୋଜିତ ଶିକ୍ଷକ ମାନଙ୍କର ଏହି ଦକ୍ଷତା ତାଲିମ ଶିବିର ରେ ଜମାତ ଇ ଇସଲାମି ହିନ୍ଦ୍ ଭୁବନେଶ୍ୱର ର ରାଜ୍ୟ ସଂଯୋଜକ ସଫଦର ହାସିମ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଯୋଗୁ ଶିକ୍ଷକ ମାନେ ନୂତନ ଜ୍ଞାନ କୌଶଳ ବୃଦ୍ଧି ସହ ଛାତ୍ର ଛାତ୍ରୀ ମାନଙ୍କ ମାନସିକ ସ୍ତରରେ ବିକାଶରେ ବୃଦ୍ଧି ଘଟିବ। ସାରା ଦେଶ ରେ ଏହି ଆସୋସିଏସନ୍ ସହିତ 10 ହାଜର ସଭ୍ୟ ଜଡ଼ିତ ରହିଛନ୍ତି। ଏହି ଆସୋସିଏସନ୍ ପକ୍ଷ ରୁ ବିଭିନ୍ନ ସମୟରେ ଏହି ଭଳି ତାଲିମ ପ୍ରଦାନ କରାଯାଉଛି ବୋଲି ସୂଚନା ଦେଇ କହିଛି ଆସୋସିଏସନ୍ ।

ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.