ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା

0 6

ଆସନ୍ତା ୪ ଓ ୫ ତାରିଖରେ କାଳିପୂଜା ଅବସରରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରି କରାଯିବ । କରୋନା କଟକଣାକୁ ଦୃଷ୍ଟିରେ ରଖି ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷିଣକାଳୀ ପରିସରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମାତ୍ର ବିଗତ ବର୍ଷ ଭଳି ବିଧି ମୁତାବକ ନୀତିକାନ୍ତି ପାଳନ ହେବ । କଟକଣା ଅବଧି ସମୟରେ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରବେଶାନୁମତି ଦିଆଯିବ । ଏହାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.