ଦରମା ବୃଦ୍ଧି ନହେବାରୁ କନିଷ୍ଠ ଶିକ୍ଷକ ସଙ୍ଘତରଫରୁ କଣ୍ଟାମାଲ ବ୍ଲକ BEO ଓ BDO ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

0 15

ସୁବର୍ଣ୍ଣପୁର: ଓଡିଶା କନିଷ୍ଠ ଶିକ୍ଷକ ସଂଘ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରି ଆସୁଛି । ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଇତି ମଧ୍ୟରେ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିନାହାନ୍ତି । ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ମାସିକ ୬୫୧୨ ଟଙ୍କାରେ ଜଣେ ଶିକ୍ଷକ କିପରି ବଂଚିବ ? ସରକାର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଜଣେ ଅଣ କୁଶଳୀ ଶ୍ରମିକର ପାରିଶ୍ରମିକ ଦୈନିକ୩୧୧ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଜଣେ ଶିକ୍ଷକକୁ ଦୈନିକ ପାରିଶ୍ରମିକ ୨୧୭ ଟଙ୍କା ଦେବା କେତେ ଦୂର ଯୁକ୍ତିଯୁକ୍ତ? ଯାହା ତାଲିମପ୍ରାପ୍ତ ଅତି କୁଶଳୀ ଶିକ୍ଷକମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ସମୟରେ ପ୍ରଶଂସିତ ହେଉଥିବା ବେଳେ ସରକାରଙ୍କ ଶିକ୍ଷକ ମାନଙ୍କ ପ୍ରତି ପାତରନ୍ତର ନୀତିକୁ କୁ ସ୍ପଷ୍ଟ ବାରିହେଉଛି । ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଶିକ୍ଷକ ମାନେ ଦେଶର ଭବିଷ୍ୟତ ତିଆରି କରୁଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାରେ ଜନସାଧାରଣଙ୍କୁ ସାହାଯ୍ୟ କରିଆସୁଛନ୍ତି। ଦରମା ବୃଦ୍ଧି କୁ ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ବିଫଳ ହୋଇଛନ୍ତି ।ଗତ ୧୧-୧୦-୨୦୨୧ ରିଖ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଓଡିଶା ରୁ କୁଛିତ ଚୁକ୍ତିଭିତିକ ପ୍ରଥାକୁ ଉଚ୍ଛେଦ କରିବା ଘୋଷଣା କରିଥିଲେ ।

କିନ୍ତୁ ଓଡ଼ିଶା ବର୍ଗ- ଗ (ଚୁକ୍ତିନାମା ନିୟମ -୨୦୧୩) ନିୟମ ଅନୁସାରେ ଆସୁଥିବା ସମସ୍ତଙ୍କ କ୍ଷେତ୍ରରେ ଲାଗୁକରିଛନ୍ତି । ଯାହାକୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଉପକୃତ ହେଇଛନ୍ତି । କିନ୍ତୁ ୨୦୧୮ ମସିହାରେ ପ୍ରଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ( ଶିକ୍ଷା ସହାୟକ )ରୁ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ କରିଥିଲେ ।କିନ୍ତୁ ଚୁକ୍ତିଭିତିକ କର୍ମଚାରୀ ଙ୍କ କ୍ଷେତ୍ରରେ ଦିଆଯାଉଥିବା କୌଣସି ସୁବିଧା ସୁଯଗ ପାଉନାହାନ୍ତି ଫଳତଃ ଶିକ୍ଷକ ଗୋଷ୍ଠୀରେ ନୈରାଶ୍ୟର ଛାୟା ଖେଳିଯାଇଛି। ନିଜର ନାର୍ଯ୍ୟାଦାବୀ ପାଇବା ପାଇଁ ସୋମବାର କନିଷ୍ଠ ଶିକ୍ଷକ ସଂଘ ତରଫରୁ କଣ୍ଟାମାଲ ବ୍ଲକ ର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଦାବିଜଣାଯାଇଛି । ଦାବି ସମୂହ – ଓଡିଶା ଵର୍ଗ -ଗ( ଚୁକ୍ତିନାମା ନିୟମ ୨୦୧୩ ) ଅଧୀନସ୍ଥ କର୍ମଚାରୀ ଙ୍କ ପାଇଁ ଗତ ୧୧-୧୦-୨୦୨୧ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ର ସମସ୍ତ ସୁବିଧା ସୁଯୋଗ , ଓଡିଶା ର ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଦାନ କରିବାସହିତ ଚୁକ୍ତିନାମା ନିୟମ ୨୦୧୩ ରେ ସାମିଲ କରାଯାଉ । କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଅତିକୁଶଳୀ ( ତାଲିମପ୍ରାପ୍ତ) ହୋଇଥିବାରୁ ଦରମା ସର୍ବନିମ୍ନ ୧୬୦୦୦ କରିବାସହ , ଏହାକୁ ଗତ ୨୦୧୬ରୁ ଲାଗୁକରାଯାଉ । ତେଣୁ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ନିଜର ଦାବି ସରକାରଙ୍କ ପାଖରେ ପହଞ୍ଚାଇବା ସହ ଦରମା ବୃଦ୍ଧି ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନ ନେଲେ ସଙ୍ଘ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ସଙ୍ଘ ଚେତାବନୀ ଦେଇଛି ।ଏହି ଦାବି ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଲକ୍ଷ୍ମଣ ଜଗଦଳା, ସମ୍ପାଦକ ଶିବନାଥ ପଣ୍ଡା, କୋଷାଧ୍ୟକ୍ଷ ଦେବ ପ୍ରସାଦ ସାହୁ, ଉପ ସଭାପତି ପ୍ରଣବ କୁମାର ବାଘ, ସହ ସମ୍ପାଦକ ଭାଗ୍ୟଶ୍ରୀ ବିଶ୍ୱାଳ, ସହ ସମ୍ପାଦକ ଦୁଷ୍ମନ୍ତ ସାହୁ, ଶାଶ୍ୱତ ସୁନ୍ଦର ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.