ଦଲକି ବସ୍ତି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟ ଅନୁଷ୍ଠିତ

0 11

କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ତିନି ନମ୍ୱର୍ ୱାର୍ଡରେ ଥିବା ଦଲକି ବସ୍ତି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା। ବିଜୁ ଜନତା ଦଳ ଅକ୍ଟୋବର ୨ତାରିଖରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଚଳାଇଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନର ଅଂଶବିଶେଷ ଭାବେ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ତିନି ନମ୍ୱର୍ ୱାର୍ଡରେ ଥିବା ଦଲକି ବସ୍ତି ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶ୍ରମଦାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଦଲକି ବସ୍ତି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେଡି ଜନତା ଦଳ ପକ୍ଷରୁ ଅନୁଷ୍ଠିତସଫେଇ କାର୍ଯ୍ୟରେ ବିଜେଡ଼ି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହେମନ୍ତ ସହାୟଙ୍କ ସମେତ ରାଜୁ ଖାନ୍, ଅଜିତ୍ ଭଗତ୍, ଅମିତ୍ ସାଣ୍ଡିଲ, କୁନାଲ୍ ସିଂ ଏବଂ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ରେ ଓ ପରାମର୍ଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଦଳୀୟ କର୍ମୀ ମାନେ ସ୍କୁଲ ପରିସର ଓ ଗ୍ରାମ୍ୟ ରାସ୍ତା ସଫେଇ କରିବା ସହ ଖାଲଖମା ମରାମତି କରିଥିଲେ।କରନା ମହାମାରୀ ସମୟ ରେ ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ସ୍କୁଲ ପରିସର ଦୟନୀୟ ହୋଇ ପଡ଼ିଥିବା ବେଳେ ବିଜେଡି କର୍ମୀ ଙ୍କ ଏହି କାର୍ଯ୍ୟକ୍ରମ ଦ୍ୱାରା ଏହା ପରିଷ୍କାର ହେବା ସହ ସ୍କୁଲ ର ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଗଲା,ଏହି ଉଲେଖନୀୟ କାମ ପାଇଁ ସ୍ଥାନୀୟ ବୁଦ୍ଧି ଯିବି ତଥା ଆଞ୍ଚଳିକ ଜନତାଙ୍କ ଠାରୁ ପ୍ରଶଂସା ର ସୁଅ ଛୁଟିଛି।

ବଡ଼ବିଲ ଇପିଏ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.