ଦଲପାହାଡ଼ ସ୍ଥିତ ଧରମ ଚାନ୍ଦ ଖଣିର ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ୱାର୍ଡ ସଭା

0 234

ସରଳ ଆଦିବାସୀ ମାନେ ଦେଲେ ସମର୍ଥନ

କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ରେ ଆଉ ଏକ ନୂଆ ଖଣି କାର୍ଯ୍ୟକାରୀ ହେବାକୁ ଯା ଉଛି,୨୦୧୧ମସିହାରେ ଧରମ ଚାନ୍ଦ ଖଣି ର ଜନଶୁଣାଣୀ ହୋଇଥିଲା । ଏହି ଖଣି ଟି ୧୦ ବର୍ଷ ପରେ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ କେନ୍ଦୁଝର ଜିଲ୍ଲା ପାଳଙ୍କ ନିର୍ଦେଶ କ୍ରମେ ଯୋଡ଼ା ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ବୁଧବାର ଦିନ ୧୪ ନମ୍ବର୍ ୱାର୍ଡ ବାସୀଙ୍କୁ ନେଇ ଏକ ୱାର୍ଡ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ୱାର୍ଡ ସଭା ରେ ସମସ୍ତ ଗାଁ ଲୋକ ଉପସ୍ଥିତ ରହି ମତାମତ ଖଣି ସପକ୍ଷ ରେ ରଖିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଦଲ ପାହାଡ଼ ଗ୍ରାମ ରେ ପାଖାପାଖି ୪୫ ଟି ପରିବାର ରହି ଆସୁଥିବା ବେଳେ ମୋଟା ମୋଟି ୧୦୦ ଲୋକ ବସବାସ କରନ୍ତି ।ସେଥିରୁ ୭୦% ଲୋକ ଆଦିବାସୀ ।ସରକାର ଆଦିବାସୀ ମାନଙ୍କୁ ଜଳ ,ଜମି ଏବଂ ଜଙ୍ଗଲ ର ଅଧିକାର ଦେଇଥିବା ବେଳେ ଖଣି ନାମ ରେ ଯେତେବେଳେ ସେହି ଜଙ୍ଗଲ ଜମି କୁ ଅଧିଗ୍ରହଣ କରିବାପାଇଁ ସରକାର ଗ୍ରାମ ସଭା ମାଧ୍ୟମ ରେ ସେହି ଆଦିବାସୀ ଙ୍କ ମତା ମତ ନେଉଛନ୍ତି ତାହା ଧର୍ମ କୁ ଆଖି ଠାର ଭଳି । ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରି ବଂଚି ଆସୁଥିବା ବେଳେ ଖଣି ନାମ ରେ ଜଙ୍ଗଲ ଜମି ଅଧିଗ୍ରହଣ କରିବା ଦୁର୍ଭାଗ୍ୟ ଜନକ ଘଟଣା । ଏହି ଗାଁ ରେ ପାଖାପାଖି ୨୫ ଟି ଶିଶୁ ଥିବା ବେଳେ ଦୁର୍ଭାଗ୍ୟ ର ବିଷୟ ଆଜି ପର୍ଯ୍ୟନ୍ତ ଉକ୍ତ ଗାଁ ରେ ଅଙ୍ଗନ୍ ବାଡି କେନ୍ଦ୍ର ଟିଏ ନାହିଁ, ପ୍ରାଥମିକ ବିଦ୍ୟାଳୟ ଟିଏ ନାହିଁ, ସ୍ବାସ୍ଥ୍ୟ ସେବା ଏବଂ ଶିକ୍ଷା ରୁ ଅନେକ ଦୂରରେ ଗ୍ରାମବାସୀ । ପାଠ ନ ପଢି ଛୋଟ ଛୁଆ ଛେଳି ଚରାଇବା, ଜଙ୍ଗଲ ଯାଇ କାଠ ଆଣିବା କାର୍ଯ କରୁଛନ୍ତି, ।ସରକାର ଙ୍କ ଆଶ୍ୱାସନ ରେ ଆଶା ବାନ୍ଧି ବସିଛନ୍ତି କେବେ ଖଣି ଖୋଲିଲେ ତାଙ୍କ ଗ୍ରାମର ବିକାଶ ହେବ, ଲୋକଙ୍କୁ କାମଧନ୍ଦା ମିଳିବ ଏଥିନେଇ ସେମାନେ ଖଣି କମ୍ପାନୀ କୁ ଦାବୀ ପତ୍ର ଦେଇଛନ୍ତି, ଉକ୍ତ ଗ୍ରାମ ର ଲୋକ ସରଳ ପ୍ରକୃତି ର ହୋଇଥିବା ବେଳେ କମ୍ପାନୀ ସପକ୍ଷ ରେ ନିଜ ମତ ରଖିଥିବା ଜଣାପଡିଛି, ତେବେ ଆଗକୁ ଦେଖିବା ର ଅଛି ସରକାର ଏବଂ ଖଣି କମ୍ପାନୀ ଦ୍ୱାରା ଲୋକମାନେ କେତେ ମାତ୍ରାରେ ଲାଭବାନ ହେଉଛନ୍ତି । ଉକ୍ତ ୱାର୍ଡ ସଭା ରେ SDPO ବଡ଼ବିଲ , ଯୋଡ଼ା ଥାନା ଅଧିକ।ରିଣୀ ,ଜୋଡ।ପୋୖର ପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜଙ୍ଗଲ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଗ୍ରାମ ସଭା ଶାନ୍ତି ଶୃଙ୍ଖଳା ରେ ସମାପ୍ତି ହୋଇଥିଲା ।

ବଡ଼ବିଲ ଇପିଏରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.