ଦଶହରା ଉପଲକ୍ଷେ ସ୍ୱଚ୍ଛ ଭାରତ ସଂଗଠନ ର ସ୍ୱଛ ଅଭିଯାନ ସପ୍ତାହ ପାଳନ

0 6

ସୁବର୍ଣ୍ଣପୁର : ପବିତ୍ର ଦଶହରା ଦୁର୍ଗାପୂଜା ଉପଲକ୍ଷେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ମନ୍ଦିର ଓ ଭଗବତୀ ମନ୍ଦିର ଓ ବୁଢା ରାଜା ମନ୍ଦିର ରେ ଗତ ରବିବାର ଦିନ ଠାରୁ ସ୍ୱଚ୍ଛ ସପ୍ତାହ ଅଭିଯାନ ଆରମ୍ଭ କରାଯାଇଛି l ମା ଙ୍କ ଦର୍ଶନ ପାଇଁ ପ୍ରତିଦିନ ଏହି ଦେବୀ ପୀଠ ମାନଙ୍କ ରେ ସହର ତଥା ପାଖ ପଡୋଶୀ ଜ଼ିଲ୍ଲା ର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ଆବର୍ଜନା ଜମି ରହୁଥିବାରୁ ମନ୍ଦିର ର ଚାରିପାଖରେ ସ୍ୱଚ୍ଛ ଭାରତ ର ଉପଦେଷ୍ଟା ସୟଦ ଅଳିମୁଲ ଇସଲାମ, ଉପ ସଭା ନେତ୍ରୀ ଇନ୍ଦୁମତୀ ପୁରୋହିତ ନେତୃତ୍ୱ ରେ ସ୍ବେଛାସେବୀ ଗରିବ ଲୋଇ, ଅଶୋକ ହୋତା, ଗଣେଶ ମିଶ୍ର, ଡା, ସୁନୀଲ ମହାପାତ୍ର, ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ ସାହୁ, ମନୋରଞ୍ଜନ ତ୍ରିପାଠୀ,ତରଣୀ ମେହେର, ଲଡ଼ୁକିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ, ନାରାୟଣ ରଥ, ପ୍ରତାପ ଦାଶ,ଜୟନ୍ତ ବେହେରା,ଜୟ ନାରାୟଣ ସାହୁ, ତ୍ରିଲୋଚନ ତରିଆ, ରାମୁ ତିୱାର ,କ୍ରିଷ୍ଣା ମେହେର, ପ୍ରମୁଖ ସମସ୍ତ ସଭ୍ୟ ଙ୍କ ସମେତ ସୋନପୁର କଲେଜ ଏନ ସି ସି ଛାତ୍ର ମାନେ ମଧ୍ୟ ଏହି ଅଭିଯାନ ରେ ସକ୍ରିୟ ସାମିଲ ଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.