ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ଯୁବକ ଉଦ୍ଧାର…୫ ବର୍ଷ ପରେ ମିଳିଥିଲା ପୂର୍ଣ୍ଣ ଗୌଡ଼ର ପତ୍ତା।

0 35

ପାଞ୍ଚବର୍ଷ ପରେ ଘରକୁ ଫେରିଲେ ଯୁବକ । ମାନସିକ ବିକାରଗ୍ରସ୍ତ ଯୁବକ ପୂର୍ଣ୍ଣ ଗୌଡ଼କୁ ଗୁଜୁରାଟ ପୋଲିସ ପରିବାରକୁ ହସ୍ତାନ୍ତର କରିଛି । ଦୀର୍ଘ ୫ ବର୍ଷ ପରେ ଘରକୁ ଫେରିଛନ୍ତି ପୂର୍ଣ୍ଣ ଗୌଡ଼ । ନିଜର ମାନସିକ ସ୍ଥିତି ଠିକ୍‌ ନଥିଲେ ବି ପରିବାରକୁ ଦେଖି ଜାଣିପାରିଛନ୍ତି ।
ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାଗୁଡା ଗ୍ରାମର ପୂର୍ଣ୍ଣ ଗୌଡ଼ ପାଞ୍ଚ ବର୍ଷ ତଳେ ଗୁଜରାଟ ଯାଇ ନିଖୋଜ ହୋଇଯାଇଥିଲେ। ତେବେ ତାଙ୍କର ମାନସିକ ସ୍ଥିତି ଠିକ୍ ନ ଥିବା ବେଳେ ଗତ ୫ ତାରିଖ ଦିନ ଗୁଜୁରାଟ ବଲସାଡ ଜିଲ୍ଲା ଉଜଓ୍ବାଡା ଗାଁର ହିଲିମ ଖାନ୍ ପୂର୍ଣ୍ଣର ଠିକଣା ଖୋଜିବାକୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ବାର୍ତ୍ତା ଦେଇଥିଲେ। ଯାହାର ଖବର ନ୍ୟୁଜ ସେଭେନ ଡଟ୍ କମ୍‌ରେ ପ୍ରସାରଣ ହୋଇଥିଲା । ଏହା ପରେ ପୁର୍ଣ୍ଣର ପରିବାର ସଂପର୍କ ତଥ୍ୟ ମିଳିଥିଲା । ପୁର୍ଣ୍ଣକୁ ଫେରାଇ ଆଣିବାକୁ ବିଭିନ୍ନ ସ୍ତରରେ ଆରମ୍ଭ ହୋଇଥିଲା ପ୍ରୟାସ । ଶେଷରେ ଗୁଜୁରାଟ ପୋଲିସ ପୂର୍ଣ୍ଣ ଗୌଡଙ୍କୁ ତାଙ୍କ ବାପା ସୁଲ ଗୌଡ଼ଙ୍କୁ ହସ୍ତାନ୍ତର କରିଛି। ପୁର୍ଣ୍ଣଙ୍କୁ ଧରି ପରିବାର ଆସନ୍ତାକାଲି ଟ୍ରେନ ଯୋଗେ କଳାହାଣ୍ଡି ବାହୁଡିବେ।

କଳାହାଣ୍ଡି ଇପିଏରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ…
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.