ଦିବ୍ୟାଙ୍ଗମାନଙ୍କ ପାଇଁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

0 12

ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଗଡ଼ଜାତରାଜ୍ୟ ଅଞ୍ଚଳ ଭାବେ ଖ୍ୟାତ ଖଲିକୋଟ ସହରର କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଵ୍ୟଵସ୍ଥାପନା ମଧ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଉଦ୍ଧିଷ୍ଟ ଡ଼ାକ୍ତରୀ ପରୀକ୍ଷଣ ସେବାଶିବିରରେ ଖଲ୍ଲିକୋଟ ବ୍ଳକ୍ ଓ ବେଗୁନିଆପଡ଼ା ବ୍ଳକ୍ ରୁ ବହୁ ଭିନ୍ନକ୍ଷମ ଛାତ୍ର- ଛାତ୍ରୀ ଏହି ଶିବିର ର ସୁଯୋଗ ନେଇଥିଲେ । ଖଲିକୋଟର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଙ୍ଗଳୁ ଚରଣ ଜେନା, କନକ ମଞ୍ଜରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଚରଣ ଶତପଥୀ, ବି.ଆର.ଟି.ପ୍ରଣବ କୁମାର ଶତପଥୀ, ସି.ଆର.ସି.ସି.ଜୟ କୃଷ୍ଣ ବାଲା , ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସ୍ଵପ୍ନେଶ୍ୱର ପାହାନ, ସନ୍ତୋଷ କୁମାର ଗୌଡ଼, କବିରାଜ ଦଳାଇ, ସମୀର ସମ୍ରାଟ ସାହୁ, ରଞ୍ଜିତ କୁମାର ବେହେରା ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

ଉପସ୍ଥିତ ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ବ୍ୟବହାରିକ ଉପକରଣ, ଶ୍ରବଣ ବାଧୀତ ଙ୍କୁ ଶ୍ରବଣ ଯନ୍ତ୍ର, ଶାରୀରିକ ପକ୍ଷାଘାତ ଓ ଚଳନ ଶକ୍ତି ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା ।

ଗଞ୍ଜାମଜିଲ୍ଲା ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.