ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନକାରୀ ଚାଷୀ ନୁହନ୍ତି – କେନ୍ଦ୍ରମନ୍ତ୍ରୀ ଟୁଡୁ

ପାଇକମାଳ : କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କୁ ପାଇକମାଳରେ ଭବ୍ୟ ସ୍ଵାଗତ କରାଯାଇଛି। ବିଜେପି ର ଜନ ଆଶିର୍ବାଦ ଯାତ୍ରା ଅବସରରେ ପାଇକମାଳ ର କେନାବୁଦା ଓ ବୈଦପାଲି ଗ୍ରାମରେ ସାଧାରଣ ସଭା କରାଯାଇଥିଲା।କେନ୍ଦ୍ର ସରକାରଙ୍କ ଅନୁଦାନ ଠିକ ରୂପେ ରୂପାୟନ ହେଉଛି କି ନାହିଁ ଜନ ସାଧାରଣଙ୍କ ଠାରେ ଉପସ୍ଥାପନ କରିଥିଲେ।
ଚାଷୀ ମାନଙ୍କ ସମସ୍ୟା ପାଇଁ ଉଚିତ୍ ପଦକ୍ଷେପ ନିଆଯିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯିବାକୁ କହିଥିଲେ।ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ମଧ୍ୟ ପରିଷଦ କର୍ମକର୍ତ୍ତାଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ।ପଦ୍ମପୁର ଉପଖଣ୍ଡ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ,ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଓ ଅଞ୍ଚଳର ଆଦିବାସୀଙ୍କ ସମସ୍ୟା ଉପରେ ସାମ୍ବାଦିକଙ୍କ ପ୍ରଶ୍ନ କରିଥିବା ବେଳେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଚାଷୀ ନୁହନ୍ତି ବୋଲି କହିଥିବା ବେଳେ ଚାଷୀ ଓ ଆଦିବାସୀ ତଥା ଅଞ୍ଚଳ ପାଇ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଥିଲେ।
ସଭାରେ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ,ଖାମ୍ ସିଂ ମାଝୀ,ଗୋବର୍ଦ୍ଧନ ଭୋଇ ,ପ୍ରିତେଶ୍ ବହିଦାର ସମେତ ବିଜେପିର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ପାଇକମାଳ ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )