ଦୁଇ ଭାଇଙ୍କ ନୂତନ ଡାକଘର ଗ୍ରାମବାସୀଙ୍କ ପାଇଁ ଭେଟି

0 70

ପିତା ଙ୍କ ସ୍ମୃତି ଓ ନିଜ ଜେଜ ଙ୍କ ଉଦ୍ବେଶ୍ୟରେ ଦୁଇ ଭାଇ ନିଜ ଗ୍ରାମର ଏକ ଡାକ ଘର ପାଇଁ ଏକ ନୂତନ କୋଠା ଘର ଗ୍ରାମବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ସୂଚନା ଅନୁଯାୟୀ ଏହି ନାତି ଦୁଇ ଜଣ ହେଲେ ବରି ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତ ଉଦୟପୁର ଗ୍ରାମର ସ୍ୱର୍ଗତ ଗଗନ ବିହାରୀ ମହାନ୍ତି ଙ୍କ ସୁପୁତ୍ର ଡା ବଦ୍ରୀନାରାୟଣ ମହାନ୍ତି ଓ ବିରଞ୍ଚି ନାରାୟଣ ମହାନ୍ତି ।

ନିଜର ବ୍ୟକ୍ତିଗତ ଆୟରୁ ତିନି ଲକ୍ଷ ବ୍ୟୟରେ ଏହି ନୂତନ କୋଠା ଘର ଟି ଡାକ ଘର ପାଇଁ ଟେକି ଦେଇଛନ୍ତି । ୧୯୨୮ ମସିହାରୁ ତାଙ୍କ ଜେଜ ସ୍ୱର୍ଗତ ଗୌରାଙ୍ଗ ମହାନ୍ତି ପ୍ରଥମ ଡାକପାଳ ଭାବେ ଏହି ଡାକ ଘରେ ଯୋଗ ଦେଇ ନିଜର ସେବା ପ୍ରଦାନ କରିଥିଲେ ବୋଲି ଦୁଇ ଭାଇ ମତ ପ୍ରକାଶ କରିଛନ୍ତି । ଏହି ନୂତନ କୋଠାକୁ ଯାଜପୁର ମଣ୍ଡଳ ଡାକଅଧୀକ୍ଷକ ଶ୍ରୀ ଦିଲିପ କୁମାର ସାମଲ , ଓ ଧର୍ମଶାଳା ଡାକ ନିରୀକ୍ଷକ ଶ୍ରୀ ସମ୍ବିତ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ , ଏହି ସମୟରେ ଗ୍ରାମବାସୀ ଙ୍କ ସହ ସ୍ଥାନୀୟ ଅଞ୍ଚଳରୁ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଦୁଇ ଭାଇଙ୍କ ଏତାଦୃଶ କାର୍ଯ୍ୟ ପାଇଁ ଗ୍ରାମବାସି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଯାଜପୁର ଇପିଏ ରୁ ସୁରେଶ କରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.