ଦୁର୍ନୀତି ନିବାରଣ ନିମନ୍ତେ (ୱାକାଥନ) ପଦଯାତ୍ରା ଅନୁଷ୍ଠିତ

0 5

ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା ପାଇଁ ଅକ୍ଟୋବର ୨୬ ତାରିଖରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ସଂସ୍ଥା, ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗଜପତି ଛକରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶହିତ ଲକ୍ଷ୍ଣଣ ନାୟକ, ଯୁବକ ସଂଘର ଯୁବକମାନେ ଅଂଶ ଗ୍ରହଣ କରିଥିଲେ। ଏହି ପଦଯାତ୍ରାକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଯୋଗଦାନ କରି ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ସ୍ଥାନୀୟ ଗଜପତି ଛକ ଠାରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ, କାଳିମନ୍ଦିର ରାସ୍ତା ଦେଇ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପହଞ୍ଚିଥିଲେ। ଏଠାରେ ସମବେତ ଯୁବକମାନଙ୍କୁ ଉଦବୋଧନ ଦେଇ ଜିଲ୍ଲା ଦୁର୍ନୀତି ନିବାରଣ ଡି.ଏସ୍.ପି କହିଲେ ଯେ ସମାଜରେ ସବୁ ସ୍ତରରେ ଦୁର୍ନୀତିକୁ ମୁଳତ୍ପାଟନ କରିବା ନିମନ୍ତେ ଯୁବକ ମାନଙ୍କର ପ୍ରମୁଖ ଭୂମିକା ରହିଛି ଏବଂ ଆଗାମୀ ଭବିଷ୍ୟତ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରିବ ।

ଏହା ପୂର୍ବରୁ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟମାନଙ୍କରେ ଶପଥ ପାଠ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକର ଦୁଇଗୋଟି ଗ୍ରାମ ପଞ୍ଚାୟତରେ ଗ୍ରାମ ସଭା କରି ସଚେତନତା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲନୁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଗ୍ରନ୍ଥାଗାରୀକ ଶ୍ରୀ ଡମ୍ବରୁଧର ପଣ୍ଡା, ନେହେରୁ ଯୁବ କେନ୍ଦ୍ରର ଲକ୍ଷ୍ମୀ ନାରାୟଣ ସେଠୀ ଓ ଭିଜିଲାନ୍ସ, ବିଭାଗର ଆନନ୍ଦ ବେହେରା, ବି.ଏସ୍.ଏସ୍. ଶର୍ମା, ତ୍ରିନାଥ ପାଢି ପ୍ରମୁଖ ଯୋଗଦାନ କରିଥିଲେ ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକଙ୍କ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.