ଦେଖତ୍ ସରକାରର୍ କଥା, ଓବିସି ବାଲେ ଗଲେ କେନଆଡେ ?

ନୂଆପଡ଼ା ଜିଲ୍ଲା ବନ୍ଦ
ନୂଆପଡ଼ା : ସରକାର ଙ୍କ ପଛୁଆ ବର୍ଗ ପ୍ରତି ହୋଇଥିବା ଅନ୍ୟାୟ ର କଡ଼ା ଜବାବ ଦେବାକୁ ଯାଇ ଓବିସି ମଞ୍ଚ ପକ୍ଷରୁ ନୂଆପଡ଼ା ଜିଲ୍ଲା ବନ୍ଦ ପାଳିତ କରିଛି lଆଗାମୀ ପଞ୍ଚାୟତ ନିର୍ବାଚନ ରେ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଗଲା କୁଆଡେ ? ସମଗ୍ର ଜିଲ୍ଲା ରେ ୧୩୧ ଗ୍ରାମପଞ୍ଚାୟତ ରହିଛି lକମିଶନର ଙ୍କ ରିପୋର୍ଟ ଅନୁଯାୟୀ ସଂଗ୍ରକ୍ଷଣ ର ବ୍ୟବସ୍ଥା ସକାଶେ ସରକାରଙ୍କୁ ଆହ୍ୱାନ କରାଯାଇଛି lଯଦି ସରକାର ବାହାଦୁର ଏ ଦିଗରେ କିଛି ପଦକ୍ଷେପ ନ ନେବେ ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଓବିସି ମଞ୍ଚ ପକ୍ଷରୁ କଡା ଚେତାବନୀ ଦିଆଯାଇଛି lଜିଲ୍ଲା ର ପାଞ୍ଚ ଗୋଟି ବ୍ଳକ ସମେତ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ସ୍କୁଲ,କଲେଜ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି l

ଓବିସି ମଞ୍ଚ ତରଫରୁ ବନ୍ଦ ଡାକରା ରେ ନୂଆପଡ଼ା ଏକତା ଛକ ରେ ମହେଶ ନିଆଲ୍, ଗୋପାଳ ସାହୁ, ପ୍ରକାଶ କଲାର୍,ଛିନ୍ଦପାନି ପଞ୍ଚାୟତ ରେ ପୂର୍ବତନ ସରପଞ୍ଚ ହୀରା ରାଉତ ଖଡିଆର ରୋଡ ରେ ଧନିରାମ ସାହୁ ନେତୃତ୍ବ ନେଇଥିବାବେଳେ,ସାରାଭଙ୍ଗରେ ଭରତ ରାଉତ, ଶ୍ରମିକ ନେତା ଲାଲୁ ଦଣ୍ଡସେନା,ଖରିଆର ର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ସଂଘ ର ଖରିଆର ଆବାହକ ଜଗବନ୍ଧୁ ବାରିକ, ବିଜେପି ସାଧାରଣ ସମ୍ପାଦକ ରାତ୍ରନନ୍ଦ ମନହିରା ଠିକ ସେ ଭଳି ସମଗ୍ର ନୂଆପଡ଼ା ଜିଲ୍ଲା ର ନେତୃତ୍ୱ ନେଇ ବନ୍ଦ କୁ ସଫଳତା ର ସହ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିଭାଇଛନ୍ତି ସଂଘ ର ଆବାହକ ବିରେନ୍ଦ୍ର ପ୍ରଧାନ lସରକାର ଙ୍କ ଏଭଳି ଛକାପଞ୍ଝା ନିତି କୁ ବେଶ ସମାଲୋଚନା କରିବା ସହିତ ଅତିଶିଘ୍ର ଏଇ ଅନ୍ୟାନ୍ୟ ପ୍ରତି ବିଚାର କରନ୍ତୁ ନଚେତ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି l
ନୂଆପଡା ଇପିଏ ରୁ ଡେନିସ ରାୟଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )