ଧନୁର୍ଜୟ ସିଦ୍ଧୁଙ୍କ ବିଜେପି ତ୍ୟାଗ

0 251

କେନ୍ଦୁଝର ଜିଲ୍ଲା ଚମ୍ପୁଆ ପୂର୍ବତନ ବିଧାୟକ ତଥା ବିଜେପିର ତେଲକୋଇ ବିଧାନ ସଭା ଆସନର ଲଢୁଆ ନେତା ଧନୁର୍ଜୟ ସିଦ୍ଧୁ ବିଜେପି ତ୍ୟାଗ କରିଛନ୍ତି ।ବିଜେପିରେ ରହି ସେ ଅଣନିଶ୍ବାସୀ ହୋଇ ପଡିଥିବା ସହ ବିଜେପିରେ ନୀତି ଆଦର୍ଶ ବୋଲି କିଛି ନଥିବା କହି ବିଜେପିରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଶ୍ରୀସିଦ୍ଧୁ ଗତ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିଲେ । ହେଲେ ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ନିକଟରେ ୫୦୦୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବିଜେପି ଛାଡିବା ନେଇ ଏକ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ତାଙ୍କ ସହିତ ତେଲକୋଇ ନିର୍ବାଚନ ମଣ୍ଡଳୀର ବିସ୍ତାରକ ହିମାଦ୍ରୀ ଦାସ ଓ ଭଟଲୀ ନିର୍ବାଚନ ମଣ୍ଡଳୀର ବିସ୍ତାରକ ଗଣେଶ ମହାକୁଡଙ୍କ ସମେତ ବୁଥସ୍ତରୀୟ ସଂଗଠକମାନେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଦଳ ମଧ୍ୟରେ ନୂଆ, ପୁରୁଣା ବାଛ ବିଚାର ରାଜନୀତି, ଗୋଷ୍ଠୀକନ୍ଦଳ, ଜନସେବା କରିବାରେ ପ୍ରତିବନ୍ଧକ ସୃଷ୍ଟି ହେବାରୁ ସେ ଦଳ ଛାଡିଥିବା ପ୍ରକାଶ କରିଛନ୍ତି । ଏହାପରେ ସେ କେଉଁ ଦଳରେ ଯୋଗ ଦେବ ତାହା ନେଇ ସେ ନିଜ ସମର୍ଥକଙ୍କ ନିଷ୍ପତ୍ତି ଉପରେ ଛାଡିଥିବା କହିଛନ୍ତି । ସେପଟେ, ଯୁବପିଢିଙ୍କୁ ବିଜେପି ପ୍ରଲୋଭନ ଦେଖାଇ ପଥଭ୍ରଷ୍ଟ କରିଥିବା ଅଭିଯୋଗ ଆଣି ବିସ୍ତାରକ ହିମାଦ୍ରୀ ଦଳତ୍ୟାଗ କରିଥିବା ସୂଚନା ଦେଇଛନ୍ତି । ବିଜେପି ଦଳରୁ ଏହିଭଳି ଜଣେ ଲଢୁଆ ନେତା ଇସ୍ତଫା ଦେବା ନେଇ ଜନସାଧାରଣରେ ଅନେକ ଚର୍ଚ୍ଚା ଜୋର ଧରିଛି । ଏଥିସହ ଆଗାମୀ ଦିନରେ ସମସ୍ତ କର୍ମୀ ସହ ସମର୍ଥକ ନେଇ ବିଜୁ ଜନତା ଦଳରେ ଯୋଗ ଦେବା ନେଇ ପୂର୍ବରୁ ଚର୍ଚ୍ଚା ଲାଗି ରହିଛି ।କିଛି ବୃଦ୍ଧି ଜୀବୀ ମହଲରେ ଆନନ୍ଦ ଉଲ୍ଲାସର ସହିତ ସ୍ୱାଗତ ମଧ୍ୟ କରିଛନ୍ତି ।ଧନୁଜୟ ସିଦୁ କୁ ନିଜ ଅଞ୍ଚଳର ଲୋକମାନେ ଯାଇ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଯାଇଥିଲେ ଦୁର୍ଗା ସିଦୁ,ମୁନା ବାନରା, ବହୁ ସମର୍ଥନ ଉପସ୍ଥିତ ଥିଲେ ।

ବଡ଼ବିଲ ଇପିଏ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.