ଧର୍ମଗଡ଼ରେ କ୍ରମାଗତ ଭାବେ ଚୋରି, କାର୍ଯ୍ୟାନୁଷ୍ଠାନ ଦାବି କଲା ଚେମ୍ବର ଅଫ କମର୍ସ

0 5

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ କ୍ରମାଗତ ଭାବେ ଚୋରି ବୃଦ୍ଧି ଘଟଣାରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି ଧର୍ମଗଡ଼ ଚେମ୍ବର ଅଫ କମର୍ସ।ସୂଚନାଯୋଗ୍ୟ ଯେ ବିଗତ ଏକ ସପ୍ତାହ ମଧ୍ୟରେ ଏକାଧିକ ଚୋରି ଘଟଣା ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କ ନିଦ ହଜାଇ ଦେଇଛି।ଗତ ତିନି ଦିନ ମଧ୍ୟରେ ଚୋର ମାନେ ମୁଖ୍ୟ ରାସ୍ତାରେ ଥିବା ଦୋକାନ ଗୃହ ସଟର ଭାଙ୍ଗି ପାଖାପାଖି ଦୁଇ ଲକ୍ଷ ଟଙ୍କା ଲୁଟି ନଗଦ ଟଙ୍କା ଓ ସାମଗ୍ରୀ ଲୁଟି ନେଇଥିବା ବେଳେ ଧର୍ମଗଡ଼ ତିନିଛକ ନିକଟରେ ଥିବା ଏକ ଭଡା ଘରୁ ଗୃହକର୍ତ୍ତା ଙ୍କ ଅନୁପସ୍ଥିତିରେ ଚୋରି ହେବା ଘଟଣାରେ ଧର୍ମଗଡ଼ ପୋଲିସ ଏଯାଏଁ କୌଣସି ସୁରାକ ପାଇବାରେ ସମର୍ଥ ହୋଇନାହିଁ । ଧର୍ମଗଡ଼ ସହର ଠାରୁ ଥାନା ସହର ବାହାରକୁ ସ୍ଥାନାନ୍ତରିତ ହେବା ପରଠାରୁ ସହରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସହ ଚୋରି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିବାରୁ ଓ ପୋଲିସ ଚୋରଙ୍କୁ ଠାବ କରିବାରେ ଅସମର୍ଥ ହେବାରୁ ଲୋକେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରିଛନ୍ତି।ଏନେଇ ଧର୍ମଗଡ଼ ଚେମ୍ବର ଅଫ କମର୍ସ ସଭାପତି ଶ୍ରୀ ଵିଦ୍ୟାଧର ସାହୁଙ୍କ ନେତୃତ୍ବରେ ଉପସଭାପତି ନରେଶ ଅଗ୍ରୱାଲ, ସମ୍ପାଦକ ଅରୁଣ କୁମାର ତାୟଲ,ସହ ସମ୍ପାଦକ ଅତୁଲ୍ୟ ମେହେର, କୋଷାଧ୍ୟକ୍ଷ ସୁନୀଲ ଅଗ୍ରୱାଲ, ବରିଷ୍ଠ ସଦସ୍ୟ ବୈଦ୍ୟନାଥ
ବେହେରା, ବିକାଶ ମେହେର, ଜଗନ୍ନାଥ ପୃଷ୍ଟି ପ୍ରମୁଖ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଓ ଥାନା ଅଧିକାରୀ ଅଶୋକ ମହାପାତ୍ରଙ୍କୁ ଭେଟି ତିନି ଦଫା ସମ୍ବିଳିତ ଦାବିପତ୍ର ପ୍ରଦାନ କରିଛନ୍ତି।ଧର୍ମଗଡ଼ ସହରରେ ନାଇଟ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରିବା ସହ ପ୍ରତି ଛକରେ ପୋଲିସ ମୁତୟନ,ସହରକୁ ବ୍ୟବସାୟ ଆଳରେ ଆସୁଥିବା ଅପରିଚିତ ବ୍ୟବସାୟୀ ଓ ଭଡାଟିଆ ମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ପୁରୁଣା ପୋଲିସ ବିଲଡିଂରେ ଏକ ଟାଉନ ଫାଣ୍ଡି କରାଯିବା ସହ ସେଠାରେ ଜଣେ ସବଇନ୍ସପେକ୍ଟର ଙ୍କୁ ମୁତୟନ କରାଯାଇ ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବା ନେଇ ଡ଼ିଏସପି ଙ୍କ ସହ ଆଲୋଚନା କରାଯାଇଥିଲା।ଆଗାମୀ ଦିନରେ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବା,ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ଓ ଚୋର ମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଡ଼ିଏସପି ବୈଠକରେ ପ୍ରତିଶୃତି ଦେଇଥିଲେ।

କଳାହାଣ୍ଡି ଜିଲା ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.