ଧର୍ମଶାଳା ରେ ଗଡ଼ିଲା ସଚେତନତା ରଥ

0 2

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ରୁ ଶୁଭାରମ୍ଭ ହେଲା ସଚେତନତା ରଥ।ଜମି ଖଜଣା ପୈଠ କରିବା ପାଇଁ ଆଉ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ କୁ ଯିବାକୁ ପଡ଼ିବ ନାହିଁ। ଅନଲାଇନ ମାଧ୍ୟମରେ ଜମି ଖଜଣା ଟଙ୍କା ପୈଠ କରିପାରିବେ।

ଏହି ସଚେତନତା ରଥ କୁ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ, ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲା, ଧର୍ମଶାଳା ବିଡ଼ିଓ ଅରବିନ୍ଦ ବେହେରା ପ୍ରମୁଖ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଧର୍ମଶାଳା ତହସିଲ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.