ଧର୍ମେନ୍ଦ୍ରଙ୍କ ଆତ୍ମାହୁତି ବଦଳିଲା

0 4

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା ହାଇସ୍କୁଲର ରାତି ଜଗୁଆଳି ତଥା ଝାଡ଼ୁଦାର ଧର୍ମେନ୍ଦ୍ର ମହାନ୍ତ ଗତ ୬ ବର୍ଷ ଧରି ନିଲମ୍ବିତ ରହିବା ପରେ ୧୪ ତାରିଖରେ ଆତ୍ମାହୁତି ନିଷ୍ପତ୍ତି ନେଇଥିଲେ l ୧୩ ତାରିଖରେ ଯୋଗଦାନ କରାଇବାକୁ ଡିଇଓ ଚିଠି କରିଥିଲେ ମଧ୍ୟ ପ୍ରସ୍ତାବକୁ ନାକଚ କରିଥିଲା କମିଟି l ଏ ବିଷୟରେ ଡି ଇ ଓ ସମାଧାନ ପାଇଁ ଏ ବି ଓ ଙ୍କୁ ଏ ସମସ୍ୟା ର ସମାଧାନ ପାଇଁ ରାତାରାତି ପଠାଇଥିଲେ ଓ ଧର୍ମେନ୍ଦ୍ରଙ୍କ ଆତ୍ମାହୁତି ପାଇଁ କିଏ ଦାୟୀ ରହିବ ତାହା ପ୍ରଶ୍ନ କରିଥିଲେ । ଏତିକି କଥାରେ ଶନିବାର ରାତିରେ ବଦଳିଗଲା କମିଟିର ନିଷ୍ପତ୍ତି

l ଠାକୁରମୁଣ୍ଡା ଥାନା ଅଧିକାରିଣୀ ତିଳୋତ୍ତମା ରାଉତ ଡକାଇଲେ ପରିଚାଳନା କମିଟି ସଦସ୍ୟଙ୍କୁ lଶନିବାର ରାତିରେ ସ୍କୁଲରେ ବସିଲା ବୈଠକ l ସମସ୍ତ ନୂତନ ସଦସ୍ୟ ମାମଲା ବିଷୟରେ ଜାଣିନଥିବା ଲେଖିଥିଲେ l ପୁରୁଣା ସଦସ୍ୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୋର୍ଟ କେଶର କୌଣସି କାଗଜ ଦେଖାଇ ପାରିନଥିଲେ l କେବଳ ଶୁଣା ଖବରକୁ ଆଳ କରି ହଇରାଣ କରୁଥିବା ସ୍ପଷ୍ଟ ହୋଇଥିଲା l ଡିଇଓଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ନହେଲେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଦାୟୀ ରହିବାକୁ ଲିଖିତ ପ୍ରମାଣ ଦେବାକୁ ପଡିବ ବୋଲି ସଦସ୍ୟଙ୍କୁ ଜଣାଇଥିଲେ ଥାନା ଅଧିକାରିଣୀ ଶ୍ରୀମତୀ ରାଉତ l ଏତିକିରେ ବଦଳିଥିଲା ନିଷ୍ପତ୍ତି l କେବଳ କୋର୍ଟରେ କିଛି କେଶ ଥିଲେ ଉଠାଇ ଆଣିବାକୁ ଲିଖିତ ପ୍ରତିଶୃତି ବଦଳରେ ଶନିବାର ରାତି ୧୦ ଟା ରେ ଧର୍ମେନ୍ଦ୍ର ଙ୍କୁ ଚାକିରି ରେ ଯୋଗଦାନ କରାଇଥିଲେ ପ୍ରଧାନ ଶିକ୍ଷକ ଭାଗବତ ପ୍ରାସାଦ ମିଶ୍ର । ଟଲିଯାଇଥିଲା ଏକ ସମ୍ଭାବ୍ୟ ଆତ୍ମାହୁତି ଘଟଣା lଏତେ ବଡ଼ ସମସ୍ୟା ର ସମାଧାନ ହୋଇଯାଇଥିବାରୁ ସମସ୍ତ ପ୍ରଶାସନିକ ଅଧିକାରୀ, ସ୍କୁଲ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଏବଂ ଠାକୁରମୁଣ୍ଡା ଥାନା ଅଧିକାରିଣୀ ତିଳୋତ୍ତମା ରାଉତ ଙ୍କୁ ଧର୍ମେନ୍ଦ୍ର କୃତଜ୍ଞତା ଜଣାଇବା ସହ ସ୍କୁଲ ରେ ସମସ୍ତ କାର୍ଯ୍ୟ ନିଷ୍ଠାର ସହିତ କରିବେ ବୋଲି କହିଛନ୍ତି।

ମୟୁରଭଂଜ ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.