ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ଏବେ ଧାନ ଫସଲରେ ଚକଡ଼ା ପୋକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହା ଫଳରେ ଶହ ଶହ ଏକର ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି । ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଚିନ୍ତାଗ୍ରସ୍ତ ହୋଇ ପଡିଛି ।ଚାଷୀ ଚକଡ଼ାପୋକର ଦମନ ପାଇଁ ଔଷଧ ସିଞ୍ଚନ କରୁଛି ହେଲେ କୌଣସି ଔଷଧ କାମ ଦେଉନଥିବା ଅଭିଯୋଗ ହୋଇଛି । ଚକଡ଼ା ଯୋଗୁଁ ଧାନ ଗଛଗୁଡିକ ନାଲି ପଡିଯାଇ ପାଳ ହୋଇଯାଇଛି । ବିନିକା ଏନଏସି ଓ ବ୍ଲକ ର ୧୬ ଟି ଗ୍ରାମପଂଚାୟତ ଅଧୀନରେ ଥିବା ଗ୍ରାମ ଗୁଡିକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଉ କେତେ ଦିନ ପରେ ଅମଳ ହୋଇଥାନ୍ତା ଧାନ ଫସଲ । କିନ୍ତୁ ତା ଆଗରୁ ଚକଡ଼ା ପୋକ ଲାଗି ସହ ସହ ଏକଡ଼ ଧାନ ଫସଲ ଉଜୁଡିବାକୁ ବସିଲାଣି। କିନ୍ତୁ ଚାଷୀ ଙ୍କ ପାଖକୁ ଏପର୍ଯ୍ୟନ୍ତ କୋୖଣସି କୃଷି ଅଧିକାରୀ ପହଂଚିନଥିବା ଅଭିଯୋଗ କରିଛନ୍ତି ସେ ଅଞ୍ଚଳର ଚାଷୀ। ବିନିକା ଏନଏସି ଓ ବ୍ଲକ ର ୯ ଜଣ ଭିଏଲଡବ୍କୁ ପଦବୀ ଥିବାବେଳେ ୭ ଟି ପଦବୀ ଖାଲି ପଡ଼ିଛି । ବିନିକା ବ୍ଲକ ରେ ଭାରପ୍ରାପ୍ତ କୃଷି ଅଧିକାରୀ ରହିଛନ୍ତି ଏବଂ ଅନେକ ଏଏଓ ପଦବୀ ଖାଲି ପଡିଥିବା କୃଷି ବିଭାଗ ପକ୍ଷ ରୁ ସୂଚନା ମିଳିଛି ହେଲେ ଚାଷୀମାନେ ବିଭାଗର ଏପରି ଉତ୍ତରରେ ସନ୍ତୁଷ୍ଟ ନହୋଇ ବରଂ ଜିଲ୍ଲା କୃଷି ବିଭାଗର ଅଧିକାରୀ ମାନେ ଏକଥାକୁ ଆଦୌ ଗୁରୁତ୍ୱ ନଦେଇ କେବଳ ମିଟିଂ ଓ ସରକାରୀ ରିପୋର୍ଟ ଦେବାରେ ବ୍ୟସ୍ତ ରହି ବରଂ ଚାଷୀଙ୍କକଥାକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଅଧା ଦାମ ରେ ବିନିକା ଅଂଚଳର ର ୩୧ଟି ଡିଲର ଙ୍କ ଠାରୁ ଓଟିପି ମାଧ୍ୟମରେ ଔଷଧ ନେଇ ପାରିବାର ପ୍ରାବଧାନ ରହିଛି । ଏହା ଅତି ନଗଣ୍ୟ ଅଟେ ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେବାସହ କ୍ଷେତ୍ର ପରିଦର୍ଶନ କରି ଚାଷୀ ଙ୍କୁ ସୁଲଭ ମୂଲ୍ୟ ରେ ସଠିକ ଔଷଧ ଯୋଗାଇବା ବ୍ୟବସ୍ଥା କରିବାକୁ କୃଷିବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )