ଧେଣ୍ଡୁକୋଟି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ୨କୋଟି୫୫ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

0 5

କଣ୍ଟାମାଲ ଥାନା ଅନ୍ତର୍ଗତ ଲମ୍ବସରି ପଞ୍ଚାୟତ ଅନ୍ତର୍ଗତ ଧେଣ୍ଡୁକୋଟି ନିକଟସ୍ଥ ଜଙ୍ଗଲରେ ଏକ୍ସଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ବୌଦ୍ଧ ଅବକାରୀ ପୋଲିସ ଏପିଆର ଫୋର୍ସ, ବନ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଛି।ଏଥିରେ ଉକ୍ତ ଜଙ୍ଗଲର ସାଢ଼େ ୨୫ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ୨୫ହଜାର ୫ଶହରୁ ଉର୍ଧ୍ୟ ଗଛକୁ କାଟି ପୋଡି ନଷ୍ଟ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।ଉକ୍ତ ଚଢ଼ାଉରେ ୨୧ଜଣ ଅବକାରୀ,୧୮ଜଣ ଏପିଆର,୨ଜଣ ରାଜସ୍ୱ, ଓ ବନ ବିଭାଗର ୬ଜଣ ଙ୍କୁ ମିଶାଇ ସମୁଦାୟ ୪୭ଜଣ ଷ୍ଟାଫ ଅଂଶ ଗ୍ରହଣ କରିଥିଲେ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.