ନବୀନ ନେଲେ ବଡ଼ ନିଷ୍ପତ୍ତି, ତେଲ ଉପରୁ ୩ ଟଙ୍କା ଭାଟ୍ କମାଇଲେ

0 9

ଭୁବନେଶ୍ୱର: ଦୀପାବଳିରେ ଭେଟି ଦେଲେ ରାଜ୍ୟ ସରକାର।କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ରାଜ୍ୟ ସରକାର ବି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହି ଭାଟ ହ୍ରାସ ୫ ତାରିଖ ଅର୍ଥାତ ଆସନ୍ତା କାଲି ମଧ୍ୟରାତ୍ରରୁ ଲାଗୁ ହେବ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଥିଲେ। ଆଜିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହୋଇଛି। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇଥିଲା।କେନ୍ଦ୍ର ସରକାର ଶୁଳ୍କ ହ୍ରାସ କଲା ପରେ ଅନେକ ରାଜ୍ୟ ଭାଟ୍ ହ୍ରାସ କରିଥିଲେ। କିଛି ଦିନ ଦେବ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ରେକର୍ଡ ସ୍ତରରେ ପହଞ୍ଚିଥିଲା। । ଯାହାଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଥିଲେ। ପେଟ୍ରୋଲ ଓ ଡିଜେଲ ଦର କେନ୍ଦ୍ର ସରକାର ହ୍ରାସ କରିଥିବା ବେଳେ ଆଜି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି।

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.