ନଭେମ୍ବର ୬ରେ ବିଜେପି ତରଫରୁ ଗଜପତି ଜିଲ୍ଲା ବନ୍ଦ ଡାକରା

0 217

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଆସନ୍ତା ୬ତାରିଖରେ ବନ୍ଦ ଡାକରା ଦିଆଯାଇଥିବାର ସାମ୍ବିଦକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।ବିଜେପି ରାଜ୍ୟ ଶାଖାର ନିଷ୍ପତିକ୍ରମେ ମମିତା ମେହେର ହତ୍ୟାକାଣ୍ଡ ଓ ଆଇନଶୃଙ୍ଖଳା ପରିସ୍ଥିତି ଶୋଚନୀୟ ହୋଇପଡିଥିବାରୁ ଏହି ବନ୍ଦ ଡାକାର ଦିଆଯାଇଛି । ଗତ କିଛି ବର୍ଷ ହେବ ହେଲା ରାଜ୍ୟରେ ଯେଉଁ ସବୁ ହତ୍ୟାକାଣ୍ଡ ଓ ଆଇନଶଋଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ସରକାରଙ୍କ ମନ୍ତ୍ରୀ ମାନଙ୍କ ସମ୍ପୃକ୍ତି ରହୁଥିବାର ଅଭିଯୋଗ ହୋଇଆସୁଛି । ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନୟାଗଡର ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ପାରଳାଖେମୁଣ୍ଡି ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମାମଲାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସାମନାକୁ ଆସିଛି । ଏହି ସବୁ ଘଟଣାରେ ବାରମ୍ବାର ବିଧାନସଭା ଭିତରେ ଓ ବାହାରେ ବିଜେପି ତରଫରୁ ଉପରୋକ୍ତ ସମ୍ବେଦନଶୀଳ ଘଟଣା ଗୁଡିକରେ ସମ୍ପୃକ୍ତି ରହିଥିବା ମନ୍ତ୍ରୀ ଓ ସେମାନଙ୍କ ଆଖପାଖ ଲୋକଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରିବା ସରକାରଙ୍କ ନିକଟରେ ପ୍ରତିବାଦ କରାଯାଉଛି । କିନ୍ତୁ ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଯାହାଫଳରେ ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ବୋଲି ଶ୍ରୀ ରାଓ ଅଭିଯୋଗ କରିଛନ୍ତି । ଉପରୋକ୍ତ ସମ୍ବେଦନଶୀଳ ଘଟଣା ଗୁଡିକର ସିବିଆଇ ତଦନ୍ତ ଓ ନ୍ୟାୟ ପ୍ରଦାନ ଦାବୀରେ ଆସନ୍ତା ୬ ତାରିଖରେ ସକାଳ ୬ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ନିମନ୍ତେ ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ ଓ କାଶିନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ରୀ ସିମାଦ୍ରୀ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.