ନାବାଳିକା ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ

0 3

ଭଦ୍ରକ: ଏକ ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ପ୍ରଣତି ଶାହା ବାଲେଶ୍ବର ଜିଲ୍ଲା ଖଇରା ଥାନା ଘୁସୁରି ଗଡିଆ ଗ୍ରାମର ମାୟାଧର ଜେନାଙ୍କ ପୁତ୍ର ମାନସ ଜେନା (୩୮)ଙ୍କୁ ନାବାଳିକା ଯୌନ ନିର୍ଯାତନା ମାମଲାର ଦଫା ୬ରେ ଆଜୀବନ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପିଡିତାକୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ‌ନଭେମ୍ବର ୩ତାରିଖ ସଂଧ୍ୟା ୭ଟାରେ ଚରମ୍ପା ଡଗରା ସାହି ଗ୍ରାମର ରବୀନ୍ଦ୍ର କୁମାର ନାୟକଙ୍କ ନାବାଳିକା କନ୍ୟା ଘର ସମ୍ମୁଖରେ ଖେଳୁଥିବା ସମୟରେ ସେହି ଗ୍ରାମରେ ଭଡାରେ ରହୁଥିବା ଅଭିଯୁକ୍ତ ମାନସ ଜେନା ତାକୁ ନିଚ୍ଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲା। ଏ ବିଷୟରେ ପୀଡିତା ତା ମା’ ପାଖରେ କହିବା ପରେ ତାର ବାପାଙ୍କ ଅଭିଯୋଗ କ୍ରମେ ଭଦ୍ରକ ଟାଉନ ଥାନା କେସ ନଂ-୩୩୪/୧୭ ଦଫା ୩୭୬ ଓ ପୋକ୍ସୋ ଆଇନର ଧାରା ୬ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନ ଠାରୁ ମାନସ ଜେଲରେ ବିଚାରାଧିନ ବନ୍ଦୀ ଭାବରେ ଅଛି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବଟକୃଷ୍ଣ ଦାସ ଓ ଅରୁଣ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.