ନିଆରା ପ୍ରୟାସ ରେ ଭାରତୀୟ ଟି-୨୦ ଦଳ କୁ ଚିଅରପ କଲେ ଚିତ୍ରଶିଳ୍ପୀ ଶ୍ୱାସତ

0 24

ଆରଂଭ ହୋଉଛି ଟି ୨୦ ବିଶ୍ୱ କପ। ଏଥିପାଇଁ କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ରହିଛି ନାହିଁ ନ ଥିବା ଉତ୍ସାହ । ଟିମ ଇଣ୍ଡିଆ ଫ୍ୟାନ ମାନେ ବିଭିନ୍ନ ତରିକା ରେ ଚିଅରପ କରିବା ପାଇଁ ପ୍ରସ୍ତୁତ। ଏହି ଅବସର ରେ ପୁରୀ ର ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଡିଆସିଲି କାଠି ରେ ବିଶ୍ୱ କପ ର ଏକ ପ୍ରତିକୃତି ତିଆରି କରିଛନ୍ତି। ୮ ଦିନ ସମୟ ନେଇ ଥିଲେ ଶ୍ୱାସତ ଏହି ନିଆରା କଳାକୃତି ଟି କୁ ତିଆରି କରିବା ପାଇଁ । ଡିଆସିଲି କାଠି ରେ ନିର୍ମିତ ଏହି ବିଶ୍ୱକପ ପ୍ରତିକୃତି ର ଉଚ୍ଚତା ରହିଛି ୨୧ ଇଞ୍ଚ ଓ ଲମ୍ଵ ରହିଛି ୮ ଇଞ୍ଚ । ମୋଟ ୨ ହଜାର ୮ ଶହ ୫୦ ଟି ଡିଆସିଲି କାଠି ଏଥିରେ ବ୍ୟବହାର ହୋଇଛି। ତେବେ ଏହି ନିଆରା କଳାକୃତି କୁ ନେଇ ବେଶ ଚର୍ଚ୍ଚା ହେଉଥିବା ବେଳେ ସମସ୍ତେ ଶ୍ୱାସତ ଙ୍କ ଏହି ଆର୍ଟ କୁ ପ୍ରସଂସା କରିଛନ୍ତି। ଟିମ ଇଣ୍ଡିଆ ଟି ୨୦ ବିଶ୍ୱ କପ ଜିତି ଭାରତ ନାଁ ପୁଣି ବିଶ୍ୱ ଦରବାରରେ ଗୌରବାନ୍ୱିତ କରିବାକୁ ସେ ଟିମ ଇଣ୍ଡିଆ କୁ ଶୁଭେଚ୍ଛା ଦେଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.