ନିତ୍ୟବ୍ୟବହାର୍ଯ୍ୟ ଜିନିଷର ବର୍ଦ୍ଧିତ ଦରଦାମ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟବ୍ୟାପି ବିକ୍ଷୋଭ ପ୍ରଦର୍ଶନ

0 6

ବ୍ରହ୍ମପୁର : ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଜିଲ୍ଲା ଆବାହକ ସୁବାଷ ରାଉତଙ୍କ ନେତୃତ୍ୱରେ ମଙ୍ଗଳବାର ହିଞ୍ଜିଳିକାଟୁ ସହରରେ ବିରୋଧ ପ୍ରଦର୍ଶନ ହୋଇଥିଲା । ପୃଥକ ଭାବେ ବ୍ରହ୍ମପୁର, ଜିଲ୍ଲା ସଦରମହକୁମା ଛତ୍ରପୁର, ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ମୁଖ୍ୟ ସହର ହିଞ୍ଜିଳି ଠାରେ ଏହି ବିରୋଧ ବିକ୍ଷୋଭ କରାଯାଇଛି ।
ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରଥମେ ହିଞ୍ଜିଳିକାଟୁର କଲେଜ ଛକ ରୁ ଆରମ୍ଭ କରି ବସଷ୍ଟାଣ୍ଡ, ବଜାର ଛକ ଏବଂ ପୋୖରାଞ୍ଚଳ ର ବିଭିନ୍ନ ସାହିରେ ପଥପ୍ରାନ୍ତ ସଭାକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ପ୍ରତିବାଦ ସ୍ୱର ଉତ୍ତୋଳନ କରିଥିଲେ ।ଏହି ବିରୋଧ ରାଜ୍ୟ ବ୍ୟାପି ବିରୋଧ ବୋଲି କହିଥିଲେ । ଦିଲ୍ଲୀ ଭଳି ଓଡିଶାରେ ୨ଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବା, ତୁରନ୍ତ ଅତ୍ୟାବଶ୍ୟକ ଜିନିଷର ବର୍ଦ୍ଧିତ ଦରଦାମ ହ୍ରାସ କରିବା, ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ କରୋନାର ପୂର୍ବବର୍ତ୍ତୀ ସମୟର ମୂଲ୍ୟକୁ ଆଣି ଲୋକଙ୍କ ଜୀବନ ଜୀବିକାକୁ ଠିକ ରାସ୍ତାକୁ ପହଞ୍ଚାଇବା ଆଦି ସାତ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା କୁହାଯାଏ ।

ସୂଚନା ଯେ’ ଏହି କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ସୁଧୀର ରାଉତ,ବ୍ରହ୍ମପୁର ନଗର ସଭାପତି ସି. ହରପ୍ରସାଦ, ପର୍ଶୁରାମ ସାହୁ, ରମେଶ ବେହେରା, ପ୍ରଶାନ୍ତ ନାୟକ, ଅଭିମନ୍ୟୁ ଦଳାଇ, ପ୍ରଦୀପ ଚୌଧୁରୀ, ମନୋଜ ମିଶ୍ର, ନରସିଂହ ପାତ୍ର, ମନୋଜ ବିଶୋଇ, ସୁକାନ୍ତ ବେହେରା, ଦୀପକ, କାଳିଆ ପ୍ରମୁଖଙ୍କ ସମେତ ଆମ ଆଦମୀ ପାର୍ଟିର ସଦସ୍ୟ କର୍ମୀ ଓ ନେତା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଗଂଜାମ ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.