ନିରାଶ୍ରୟ ଙ୍କ ଥଇଥାନ ଓ ସୁରକ୍ଷା ଦିଗରେ “ଆଶ୍ରୟ” (SUH) ବୌଦ୍ଧ ଗଡ଼ର ଭୂମିକା

0 3

ସୁବର୍ଣ୍ଣପୁର:ଜିଲ୍ଳା ପ୍ରଶାସନ ବୌଦ୍ଧ(ସାମାଜିକ ସୁରକ୍ଷା)ଙ୍କ ଅନୁରୋଧ କ୍ରମେ ” ଆଶ୍ରୟ ” ବୌଦ୍ଧ ଗଡ଼ ପକ୍ଷରୁ ଜନୈକ ନିରାଶ୍ରୟ ବ୍ୟକ୍ତି ଙ୍କୁ କଣ୍ଟାମାଳ ରୁ ଉଦ୍ଧାର କରାଯାଇଛି l ସୂଚନା ଥାଉକି , ଶୈଶବ ସମୟ ରୁ ଛତିଶଗଡ଼ ରୁ ଆସି କଣ୍ଟାମାଳ ବଜାର୍ ରେ ନିରାଶ୍ରୟ ଭାବେ ଘୂରିବୁଲୁଥିବା ୪୨ ବର୍ଷୀୟ ଏହି ବ୍ୟକ୍ତି ଙ୍କ ନାମ – କରନ ଯାଦବ l ଶାରୀରିକ ଅସୁସ୍ଥତା ଓ ପରିବାର ଲୋକ ଙ୍କ ବିଚ୍ଛେଦ ରେ ସେ ମାନସିକ ସ୍ତରରେ ଦୁର୍ବଳ ଥିବାର ଜଣାଯାଏ l

ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ସହ ନିଜ ରାଜ୍ଯ କୁ ପଠାଇବାରେ ଜିଲ୍ଲାପ୍ରଶାସନ ସହାୟକ ହେଲେ, ଅସହାୟ କରନ ସୁନ୍ଦର୍ ଜୀବନ୍ କଟେଇ ପାରିବେ ବୋଲ ଆଶା କରା ଯାଏ l କରନ୍ ବର୍ତ୍ତମାନ୍ ଆଶ୍ରୟ ସ୍ଥଳ ରେ ଅନ୍ୟାନ୍ୟ ଅନ୍ତେବାସୀଙ୍କ ସହ ଭଲ ରେ ଅଛନ୍ତି l ସୋମବାର ଦିନ ତାଙ୍କର୍ ଡାକ୍ତରୀ ପରୀକ୍ଷା କରାଇ ଜିଲ୍ଲା ପ୍ରଶାସନ ଙ୍କୁ ସାକ୍ଷାତ୍ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ରୟସ୍ଥଳୀ ପରିଚାଳକ କୃପାସିନ୍ଧୁ ହୋତା ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.