ମହାନଗର ନିଗମ ଅନ୍ତର୍ଗତ ୭ ନମ୍ବର ୱାର୍ଡ ସୀତାରାମ ସାହିଠାରେ ବାସନ୍ତି ପାତ୍ର ଙ୍କ ନେତୃ ତ୍ୱରେ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଆଜି ସ୍ଥାନୀୟ ଗ୍ରାମଦେବତୀ ସାହି ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ରରେ କିଶୋରୀ ବାଳିକା, “ନିର୍ଭୟ କଢ଼ି ବା ଅଦ୍ଵିକା କାର୍ଯ୍ୟକ୍ରମର” ଆୟୋଜିତ ହୋଇଥିଲା । ଏହାସହ ନିଜ ଅଞ୍ଚଳରେ ହେଉଥିବା ବାଲ୍ୟ ବିବାହ, ଶିଶୁ ଶ୍ରମିକ, ପାରିବାରିକ ଅତ୍ୟାଚାର ଓ ହିଂସାକୁ ରୋକିବା ଏବଂ ଚାଇଲ୍ଡ ଲାଇନ ୧୦୯୮ର ଭୂମିକା ଓ ଉପଯୋଗୀତା କୌଣସି ବାଳିକାଙ୍କୁ ନିର୍ଯ୍ୟାତନା ବା ଅତ୍ୟାଚାର ହେଉଥିବା କିମ୍ବା କରାଯାଇଥିବା

ଦେଖିବାକୁ ମିଳେ ତେବେ ଜିଲ୍ଲାପାଳଙ୍କ ସହ ସିଧା ସଳଖ ଯୋଗାଯୋଗ କରିପାରିବ ବୋଲି କୁହାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ , ସୌଦାମିନୀ ବେହେରା, ବି. ସ୍ୱର୍ଣଳତା ପାତ୍ର, ସୁନୀତା କୁମାରୀ ପାତ୍ର, କାମିନୀ ସାହୁ, ନଳିନୀ କୁମାରୀ ନେପାକ, ପୁଷ୍ପମାଳ ତ୍ରିପାଠୀ, ଲିପ୍ସା ପଣ୍ଡା, ଜସ୍ମିନ ମହାରଣା, ଶାନ୍ତିଲତା ପଟ୍ଟନାୟକ, ଏନ୍. ନାଗଜ୍ୟୋତିି ପ୍ରମୁଖଙ୍କ ସହ ଅଞ୍ଚଳ ବହୁ ଆଶାକର୍ମୀ, ସୋହାଇକା କର୍ମୀ ଓ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )