ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଗିରିଙ୍ଗା ପୁଟ ଗ୍ରାମରେ ବୃଦ୍ଧାଶ୍ରମ ଗୃହକାର୍ଯ୍ୟ ଶୁଭାରମ୍ଭ

0 60

ଗିରୀଙ୍ଗା ପୁଟ ଗ୍ରାମରେ (୨୨କିମି ଭୁବନେଶ୍ୱର ଠାରୁ) ନିର୍ମଳା କୃତି ବିକାଶ ଟ୍ରଷ୍ଟ ପକ୍ଷରୁ ଏକ ବୃଦ୍ଧାଶ୍ରମ ର କାର୍ଯ୍ୟ ଶୁଭାରମ୍ଭ , ମୁଖ୍ୟଅତିଥି ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ, ଗ୍ରାମର ସମସ୍ତ ବରିଷ୍ଠ ନାଗରିକ, ମହିଳା ମାନଙ୍କ ଉପସ୍ଥିତିରେ ନଡ଼ିଆ ବାଡେଇ, ଗୃହକାର୍ଯ୍ୟ ର ଶୁଭାରମ୍ଭ କରିଥିଲେ, ଏଥିର ଈ ଦିଲ୍ଲୀପ ପଟନାୟକ, ଉମାନାଥ ମିଶ୍ର , ଲଲିତ ମୋହନ ପଣ୍ଡା, ବିପିନ ବିହାରୀ ସାହୁ,ମନୋଜ ରାଉଳ ସୁବାସ ଜଗତି , ସୁମନ୍ତ କୁମାର ରାଉଳ,ବିରଞ୍ଚି ରାଉତ, ଚନ୍ଦନ ପରିଡ଼ା ଓ ଅନ୍ୟାନ୍ୟ ଗ୍ରାମବାସୀ ମା ନେ ଉପସ୍ଥିତ ଥିଲେ, ପାଖ ଅଞ୍ଚଳ ର ସମସ୍ତ ବୃଦ୍ଧ ପୁରୁଷ ଓ ବୃଦ୍ଧାମହିଳା ମାନଙ୍କୁ କମ୍ବଳ ବଣ୍ଟା ଯାଇ ଥିଲା, ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ସହିତ କିଛି ସମୟ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଆଗାମୀ ଦିନରେ କରିବାକୁ ନିଷ୍ପତି ନିଆଯାଇଥିଲା,

ଇପିଏରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.