ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ଯରେ ମାଗଣା ତୃତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର

0 5

ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ,ପଣ୍ଡାପାଲି, ବୀରମହାରାଜ ପୁର ର ମିଳିତ ଆନୁକୂଲ୍ଯରେ ତୃତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବନ୍ୟା ଆଶ୍ରୟ ସ୍ଥଳୀ, ଗଣ୍ଡତୁରୁମ,ଭେଡେନ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୧୮୨ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ୫୦ ଜଣଙ୍କର ସମ୍ପୂର୍ଣ୍ଣ ମାଗଣା ଅପରେସନ ପାଇଁ ଏକ ସ୍ବତନ୍ତ୍ର ବସ୍ ଯୋଗେ ଚିକିତ୍ସାଳୟ କୁ ନିଆଗଲା।ଏହି ଶିବିର କୁ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଉଦ୍ଘାଟନ କରିଥିଲେ ଓ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମହୁଲପାଲି ସରପଞ୍ଚ ପିଙ୍କି ବଢେଇ,ଉମେଶ ପ୍ରଧାନ,ପ୍ରମୋଦ ପ୍ରଧାନ,ରାଧେଶ୍ୟାମ ପ୍ରଧାନ,ହୃଷୀକେଶ ଧର,ଯୋଗୀନାଥ ମହାରଣା,ସଞ୍ଜୟ କର,କାହ୍ନୁ ଉର୍ମା ପ୍ରମୁଖ ସହଯୋଗ କରିଥିବା ବେଳେ ମହାନଦୀ ନେତ୍ର ଚିକିତ୍ସାଳୟ ର ମୁଖ୍ୟ ସୁଜିତ କୁମାର ଥପା, ଢାଲେଶ କୁମାର ପ୍ରଧାନ ନିଷ୍ଠା ର ସଭାପତି ରକ୍ଷପାଳ ସାହୁ ,ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ,ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ଜୟନ୍ତ ପ୍ରଧାନ, ବିଦ୍ୟାଧର ଭୋଇ,ମହିଳା ଶାଖା ର ମୁଖ୍ୟ ତ୍ରିପୁରା ଶୁହୁଲା ଓ ନିଷ୍ଠା ର ସମସ୍ତ ସଦସ୍ୟ/ସଦସ୍ୟା ପରିଚାଳନାରେ ସହଯୋଗ କରିଥିଲେ। ମାଗଣା ଅପରେସନ ପରେ ୫୦ଜଣ ଗରିବ ମାଁ ବାପା ଦୁନିଆଁ ର ରଙ୍ଗୀନ୍ ଆଲୋକ ଦେଖିବେ ଏହା ନିଷ୍ଠା ପରିବାର ପାଇଁ ସୌଭାଗ୍ୟ ର କଥା ବୋଲି ନିଷ୍ଟା ପରିବାର ପକ୍ଷ ରୁ କୁହା ଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.