ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ

0 10

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ କେଂଝରିଆପାଲିର ରୁଗୁଡିପାଲି ଓ ଅଚଣ୍ଡା ଗାଆଁ କଲ୍ୟାଣ ସମିତି ଓ ରକ୍ତଦାତା ସଂଘ ମିଳିତ ଉଦ୍ୟମରେ ପଶ୍ଚିମ ଓଡ଼ିଶା ଗଣପର୍ବ ଅବସର ରେ ଏକ ନୂଆଁଖାଇ ଭେଟଘାଟ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମୁଦାୟ 2 ଜଣ କଲେଜ୍ ଛାତ୍ରୀ ଙ୍କ ସହିତ ମୋଟ 30 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ କେଂଝରିଆ ପାଲି ର ସରପଞ୍ଚ ସନ୍ତୋଷ ପଧାନ , ସମ୍ମାନିତ ଅତିଥି ଗ୍ରାମ କଲ୍ୟାଣ ସମିତି ର ସଂୟୋଜକ ଅର୍କୃର୍ ନାଏକ , ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ରକ୍ତଦାନ କୁ ଏକ ଜନ ସଚତନତା ଆନ୍ଦୋଳନ ରେ ସାରା ସୁବର୍ଣ୍ଣପୁର ଗା ଓ ସହର ରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ଆୟୋଜକ ଅନୁଷ୍ଠାନ ତରଫରୁ କୁହା ଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାର ଆଞ୍ଚଳିକ ରକ୍ତଦାତା ପ୍ରବର୍ତ୍ତକ ସଙ୍ଘ ର ସଂଯୋଜକ ଯାଦବ ପଧାନ , ଅଞ୍ଜନ୍ ପଧାନ , ପିଣ୍ଟୁ ପଧାନ , ବାସୁଦେବ ରଣା ଚତୃଭୂଜ୍ ଭୋଇ , ମନୋଜ ପ୍ରଧାନ , ବିଶ୍ବମ୍ବର ପ୍ରଧାନ , ଗଜାନନ ଭୋଇ , ଅରୂପା ପଧାନ, ବର୍ଷ।ର।ଣୀ ମିଶ୍ର , ବିକାଶ ବିଶି , ରସାନନ୍ଦ ମହାନନ୍ଦ , ଭକ୍ତ ର।ମ ଆଡଯୁଆଡି, ପବିତ୍ର କମ୍ପ , ମକରନ୍ଦ ବଡ଼ ମାଳି, କୁନା ଜାଳ୍ , ଦୀପକ୍, ବସ୍ତିଆ, ଅମିତ୍ ଗାଈ ଗରିଆ , ବିଶ୍ୱରଂନ ପାଣିଗ୍ରାହୀ , ଦୁଃଖିଶ୍ୟାମ୍ ପାଣିଗ୍ରାହୀ , ସୁଧାଂଶୁ ଭୋଇ , ସୁବାସ ପ୍ରଧାନ , ପ୍ରମୋଦ ସଂଧ, ସୁବାସ ଭୋଇ ପ୍ରମୁଖ ରକ୍ତଦାନ କରିଥିଲେ । ସେହିପରି ଅନୁଷ୍ଠାନ ତରଫରୁ ପ୍ରତି ରକ୍ତଦାତା ଙ୍କୁ ସ୍ବତନ୍ତ୍ର ପରିଚୟ ପତ୍ର , ମେଡେଲ୍ ଓ ପ୍ରମାଣପତ୍ର ଯୋଗେଇ ଦିଆ ଯାଇଛି । ଗାଆଁ କଲ୍ୟାଣ ସମିତି ର ସବିତା ପୁରୋହିତ , ବନିତା ମହାକୁର, ବବିତା ପ୍ରଧାନ କାଳିନ୍ଦୀ କର୍ଣ୍ଣ ପ୍ରମୁଖ ସହାୟତା କରିଥିଲେ । ସେହିପରି ଗ୍ରାମର ଗୋପବନ୍ଧୁ ପ୍ରଧାନ, ବାସୁଦେବ ପ୍ରଧାନ , ସନ୍ତୋଷ ପ୍ରଧାନ , ଶେଷ ପାଣିଗ୍ରାହୀ ଗୌର ମହାକୁର , ସୁରୁ ବାବୁ ମହାକୁର ପ୍ରମୁଖ କେମ୍ପ ପରିଚାଳନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ ଭଣ୍ଡାର ର ଜଗତ ଦରୁଅନ , ସୁବାସ ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.