ନୂଆଗଡ ବ୍ଲକର ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।

0 203

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ଥିବା ୧୯ଟି ପଞ୍ଚାୟତର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।୫୩ହଜାର୦୬୧ଜଣ ଜନସଂଖ୍ୟା ବସବାସ କରୁଥିବା ନୂଆଗଡ ବ୍ଲକ ୧୯ଟି ପଞ୍ଚାୟତର ୨୧୪ଟି ୱାର୍ଡକୁ ନେଇ ଗଠିତ ।୫୩ହଜାର୦୬୧ଜଣ ମଧ୍ୟରୁ ଅନୁସୂଚିତ ଜାତିର ଲୋକଙ୍କ ସଂଖ୍ୟା ୨୦୬,ଅନୁସୂଚିତ ଜନଜାତି ଲୋକଙ୍କ ସଂଖ୍ୟା ୪୦୫୮୪ ଓ ଅନ୍ୟାନ୍ୟ ଲୋକଙ୍କ ଜନସଂଖ୍ୟା୧୨୨୭୧ ଅଟେ । ୧୯ଟି ପଞ୍ଚାୟତ ଯଥା ଅତରସିଂ, ଅନୁଗୁରୁ, ଦୟପୁର, କିରାମା, କେରଡା, ଖଜୁରୀପଦା, କେ.ଝାଲାର, ଟାଙ୍ଗିଲି, ତାବରଡ, ତିତିସିସିଂ, ନୂଆଗଡ, ପରିମଳ, ପାଇକ ନ୍ତରଡା,ପୁଟୁରୁପଡା, ବଡପଦା, ବେତାରସିଂ, ସମ୍ବଲପୁର, ସୁନ୍ଦରଡାଙ୍ଗ ଓ ଲୁହାଙ୍ଗର ।୨୮୨୫ ଜନସଂଖ୍ୟା ବିଶିଷ୍ଟ ଅତରସିଂ ପଞ୍ଚାୟତର ସରପଞ୍ଚଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା) ,୨୮୯୭ ଜନସଂଖ୍ୟା ଥିବା ଅନୁଗୁରୁ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନଟି (ଅନୁସୂଚିତ ଜନଜାତି ),୨୨୨୬ ଜନସଂଖ୍ୟା ଥିବା ଉଦୟପୁର ପଞ୍ଚାୟତର ସରପଞ୍ଚ ଆସନଟି ଅନୁସୂଚିତ ଜନଜାତି ଓ ସମିତି ସଭ୍ୟ ଆସନ ଅନୁସୂଚିତ ଜନଜାତି(ମହିଳା) ,୨୨୩୮ ଜନସଂଖ୍ୟା ଥିବା କିରାମା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ ଅନୁସୂଚିତ ଜନଜାତି(ମହିଳା), ୨୭୨୩ ଜନସଂଖ୍ୟା ଥିବା କେରଡାଙ୍ଗ ପଞ୍ଚାୟତର ସରପଞ୍ଚ ଆସନ( ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି) ,୩୦୭୯ ଜନସଂଖ୍ୟା ଥିବା ଖଜୁରିପଦା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ( ଅଣସଂରକ୍ଷିତ-ମହିଳା) ଁ,୧୮୪୬ ଜନସଂଖ୍ୟା ଥିବା କେ.ଝାଲାରସିଂ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତ-ମହିଳା) ,୧୮୭୯ ଜନସଂଖ୍ୟା ଥିବା ଟାଙ୍ଗିଲିି ପଞ୍ଚାୟତର ସରପଞ୍ଚଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି), ୩୫୮୨ ଜନସଂଖ୍ୟା ବିଶିଷ୍ଟ ତାବରଡା ପଞ୍ଚାୟତର ସରପଞ୍ଚଆସନ( ଅନୁସୂଚିତ ଜନଜାତି -ମହିଳା) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି),୨୭୨୫ ଜନସଂଖ୍ୟା ଥିବା ତିତିସିଂ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତି ସଭ୍ୟ ଆସନ ଅନୁସୂଚିତ ଜନଜାତି (ମହିଳା),୩୯୨୧ ଜନସଂଖ୍ୟା ଥିବା ନୂଆଗଡ ପଞ୍ଚାୟତର ସରପଞ୍ଚ ଆସନ ( ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅଣସଂରକ୍ଷିତ),୨୫୯୫ ଜନସଂଖ୍ୟା ଥିବା ପରିମଳ ପଞ୍ଚାୟତର ସରପଞ୍ଚ ଆସନ( ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ ଅନୁସୂଚିତ ଜନଜାତି(ମହିଳା),୪୧୪୪ ଜନସଂଖ୍ୟା ଥିବା ପାଇକ ଅନ୍ତରଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି -ମହିଳା) ଓ ସମିତିସଭ୍ୟ ଆସନ( ଅନୁସୂଚିତ ଜନଜାତି),୩୨୦୨ ଜନସଂଖ୍ୟା ଥିବା ପୁଟୁରୁପଡା ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୨୩୯୬ ଜନସଂଖ୍ୟା ଥିବା ବଡପଦା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତ-ମହିଳା),୧୮୭୯ ଜନସଂଖ୍ୟା ଥିବା ବେତାର ସିଂ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି) ଓ ସମିତିସଭ୍ୟ ଆସନ (ଅନୁସୂଚିତ ଜନଜାତି-ମହିଳା),୪୦୮୭ ଜନସଂଖ୍ୟା ଥିବା ସମ୍ବଲପୁର ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି-ମହିଳା) ଓ ସମିତି ସଭ୍ୟ ଆସନ (ଅନୁସୂଚିତ ଜନଜାତି) ,୧୫୦୯ ଜନସଂଖ୍ୟା ଥିବା ସୁନ୍ଦରଡାଙ୍ଗ ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତି)ଓ ସମିତି ସଭ୍ୟ (ଅଣସଂରକ୍ଷିତ) ଓ ୩୩୦୮ ଜନସଂଖ୍ୟା ଥିବା ଲୁହାଙ୍ଗର ପଞ୍ଚାୟତର ସରପଞ୍ଚ ଆସନ (ଅନୁସୂଚିତ ଜନଜାତ-ମହିଳା) ଓ ସମିତି ସଭ୍ୟ ଆସନ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ରହିଛି । ନଅୂାଗଡ ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନଟି (ଅନୁସୂଚିତ ଜନଜାତି) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି ।

ଗଜପତି ଇପିଏ ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.