ନୂଆପଡ଼ା ରେ ଅନ୍ତଃରାଷ୍ଟ୍ରୀୟ ବାଳିକା ଦିବସ ପାଳିତ

ନୂଆପଡ଼ା : ଚାଇଣ୍ଡଲାଇପ ନୂଆପଡ଼ା ଉଦ୍ୟମ ଓ ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ର ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ତଥା ସିଡିପିଓ ଙ୍କ ସହାୟତା ରେ ନୂଆପଡ଼ା ବ୍ଳକ ସ୍ଥିତ ଖରିଆର ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଯାଉଥିବା ମୁଣ୍ଡାଗାଁ ଏବଂ ଆମସେନା ସେକ୍ଟର ର ଗୋତମା ଗ୍ରାମ ର ଜନ୍ମରୁ ୧୮ ବର୍ଷ ର କିଶୋରୀ ଝିଅ ମାନଙ୍କୁ ନେଇ ଅନ୍ତଃରାଷ୍ଟ୍ରୀୟ ବାଳିକା ଦିବସ ପାଳନ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ କିଶୋରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ କରାଯାଇଥିଲା lନାଚ, ଗୀତ, ହାସ୍ୟାସ୍ପଦ ଗଳ୍ପ,କୁଇଜ୍ ଇତ୍ୟାଦି ପ୍ରତିଯୋଗିତା ରେ ଅଧିକାଂଶ କିଶୋରୀ ଭାଗନେଇ ତାଙ୍କ ପାରଦର୍ଶିତା ଦେଖାଇଥିଲେ lଏହି କାର୍ଯ୍ୟକ୍ରମ ର ଆୟୋଜନ ଙ୍କ ଦ୍ୱାରା କୃତିତ୍ୱ ଅର୍ଜନ କରିଥିବା କିଶୋରୀ ମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା lନୂଆପଡା ବ୍ଳକ ସିଡିପିଓ କାନ୍ତା ବାରିକ, ଅନ୍ତଃରାଷ୍ଟ୍ରୀୟ ବାଳିକା ଦିବସ ଉପରେ ଆଲୋକପାତ କରିଥିଲେ lନୂଆପଡା ଚାଇଲ୍ଡ ର କର୍ମକର୍ତ୍ତା ମନସ୍ବିନୀ ଚାଇଲ୍ଡ ଲାଇପ କଣ ଏବଂ କେଉଁ କେଉଁ ଶିଶୁ ଙ୍କ ପାଇଁ କଣକରେ ସେ ବିଷୟରେ ବୁଝାଇଥିଲେ lଉକ୍ତ ଅଞ୍ଚଳର କୈାଣସି ଶିଶୁ ଙ୍କୁ ଯଦି ସୁଯତ୍ନ ଓ ସୁରକ୍ଷା ର ଅଭାବ ଦେଖିବାକୁ ପାଆନ୍ତି ତେବେ ଡେରି ନକରି ଶିଶୁ ସହାୟତା ନଂ ୧୦୯୮ ରେ କଲ କରି ଚାଇଲ୍ଡ ଲାଇନ କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା l ମୁଣ୍ଡା ଗାଁ ର ୪ଜଣ ଅଙ୍ଗନବାଡ଼ି କର୍ମୀ ଏବଂ ଆମସେନା ସେକ୍ଟର ର ଅଙ୍ଗନବାଡି କର୍ମୀ,ଆଶା ଦିଦି ସମେତ କିଶୋରୀ ଝିଅମାନେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ lଚାଇଲ୍ଡ ଲାଇନ ର ଟିମ୍ ମେମ୍ବର ମନସ୍ବିନୀ ସାହୁ,ଡିଗେଶ୍ୱରୀ ସାହୁ, ଦିନେଶ ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ l
ନୂଆପଡା ଇପିଏ ରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )