ନୂଆପଡ଼ା ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

0 8

ନୂଆପଡା ଜିଲ୍ଲା ସଦର ସ୍ଥିତ ସଦଭାବନା ସଭାଗୃହ ପରିସରରେ ନୂଆପଡ଼ା ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି lମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମାନ ଅଗସ୍ତି ପ୍ରଧାନ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଉପଜିଲ୍ଲାପାଳ ଶ୍ରୀମାନ ତରଣୀସେନ ନାଏକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମାନ ଅଜୟ ପଟ୍ଟନାୟକ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମାନ ବିବେକାନନ୍ଦ ମହାନନ୍ଦ, ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଲୋକନାଥ ମହାପାତ୍ର,ଜାନ ର ସଭାପତି ଶ୍ରୀମାନ ସୁଶାନ୍ତ କର ଯୋଗଦେଇ ମହାମାରୀ କରୋନା ସମୟରେ ସାମ୍ବାଦିକ ମାନେ ତାଙ୍କ ଜୀବନ କୁ ବାଜିଲଗାଇ ଯେଉଁଭଳି ଭାବେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଖବରପରିବେଶଣ କରି ଚାଲିଥିଲେ ତାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ lଏ ଅବସରରେ ଖଡ଼ିଆଳ ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ଠାରେ ଜିଲ୍ଲା ର ତିନୋଟି ସାମ୍ବାଦିକ ସଂଘ ର ପ୍ରତିନିଧି ମାନେ ଏକତ୍ରିତ ହୋଇ ଏହି ମହାନ ଦିବସ କୁ ପାଳନ କରିଥିଲେ lଏଠାରେ ବରିଷ୍ଠ ସାମ୍ବାଦିକ ଶ୍ରୀମାନ ଅଜିତ ପଣ୍ଡା ଙ୍କ ସଭାପତିତ୍ୱ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା lସାମ୍ବାଦିକ ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତି ଦୃଢ ନିନ୍ଦା କରିଥିଲେ lସେହିପରି ତିନିଗୋଟି ସାମ୍ବାଦିକ ସଂଘ କୁ ନେଇ ଏକ ହ୍ୱାଟସଆପ୍ ଗୃପ କରିବାପାଇଁ ନିଷ୍ପତ୍ତି ହୋଇଥିଲା l”ଆମ ସାମ୍ବାଦିକ ପରିବାର”ନାମରେ ଗୃପ ର ନାମ ନାମିତ କରାଯାଇଛି lଶେଷରେ ଧନ୍ୟବାଦ ସହ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା

ନୂଆପଡା ଇପିଏ ରୁ ଡେନିଷ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.